ବାଇକ ଧକ୍କାରେ ଜଣେ ମୃତ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ସାହାରପଡା ଫାଣ୍ଡି ଅଧୀନ ସାହାରପଡା ମାଛଗଡ଼ ରାସ୍ତାର ବଜାର ଉପରେ ୨ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଏହି ସମୟରେ ଏକ ବାଇକ ପଛରେ ବସିଥିବା ଜଣେ ଭିନ୍ନକ୍ଷମ ବ୍ୟକ୍ତି ଖସିପଡି ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ କରଞ୍ଜିଆ ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରାଯାଇଛି। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ମୃତକ ଜଣଙ୍କ ହେଲେ ପଣ୍ଡାପଡା ଥାନା ଅସନବାହାଳି ଗ୍ରାମର ଶିବା ମୁଣ୍ଡା(୫୦)। ସେ ନିଜ ସମ୍ପର୍କୀୟଙ୍କ ସହିତ ବାଇକ୍ ପଛରେ ବସି ମାଛଗଡ଼କୁ ଯାଉଥିଲେ। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ ସହ ତାଙ୍କ ବାଇକ ଧକ୍କା ହୋଇଥିଲା। ଖବରପାଇ ମେଡିକାଲରେ ସାହାରପଡା ଫାଣ୍ଡି ପୁଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।