ଝାରସୁଗୁଡା,ଏନ୍ଏନ୍ଏସ୍ : ଝାରସୁଗୁଡା ଜିଲ୍ଲା ବେଲପାହାଡରେ ନିଜ ବିଲରେ କାମ କରୁଥିବା ବେଳେ ବିଦ୍ୟୁତ ତାର ଲାଗି ମଙ୍ଗଳବାର ସକାଳେ ଜଣେ ପ୍ରାଣ ହରାଇଛନ୍ତି। ମୃତ ବ୍ୟକ୍ତି ଜଣକ ବେଲପାହାଡ ବିଜେପି ମଣ୍ଡଲ କୃଷକ ମୋର୍ଚ୍ଚା ସଭାପତି ରାଜନ୍ଦ୍ର ବୁଧିଆ(୫୧) ବୋଲି ଜଣା ପଡିଛି।
ସୂଚନା ଅନୁଯାୟୀ, ରାଜେନ୍ଦ୍ର ଆଜି ସକାଳେ ତାଙ୍କ ପୁଅ ସହ ବିଲରେ ପାଣି ଦେେଉଥିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ହିଁ ଅଚେତ ହୋଇଯାଇଥିଲେ। ତାଙ୍କ ପୁଅ ଓ ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ନକଟସ୍ଥ ଟିଆରଏଲ କ୍ରୋସାକି ହସ୍ପିଟାଲକୁ ନେଇଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ବେଲପାହାଡ ପୁଲିସ ଘଟଣା ସ୍ଥଳକୁ ପହଂଚି ଶବ ଜବତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଇଲା ପରେ ମୃତ ଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି। ରାଜେନ୍ଦ୍ରଙ୍କ ମୃତ୍ୟୁରେ ବେଲପାହାଡ ଅଂଚଳରେ ଶେକର ଛାୟା ଖେଳିଯାଇଥିବା ବେଳେ ତାଙ୍କ ଅନ୍ତେଷ୍ଠି ସମୟରେ ଅଂଚଳର ଚାଷୀ, ବିଜେପୀ କର୍ମୀ ତଥା ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ।