ଖରସ୍ରୋତାରେ ଭାସିଯାଇ ବୃଦ୍ଧଙ୍କ ମୃତ୍ୟୁ

ସିଂହପୁର,ଏନ୍ଏନ୍ଏସ୍ : ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ଜରୀ ଠାରେ ଖରସ୍ରୋତା ନଦୀକୁ ଗାଧୋଇବାକୁ ଯାଇଥିବା ଜଣେ ବୃଦ୍ଧ ନଦୀ ସ୍ରୋତରେ ଭାସି ଯାଇ ପ୍ରାଣ ହରାଇଛନ୍ତିି।

ସୂଚନା ଅନୁଯାୟୀ, ଜରୀ ଗ୍ରାମର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ବିଶ୍ୱ ରଂଜନ ବାରିକ(୬୫) ଦିନ ୧୦ାରେ ଗାଧୋଇବା ପାଇଁ ଖରସ୍ରୋତା ନଦୀର ଜରୀ ମଦନମୋହନ ଛନ୍ଦାକୁ ଯାଇଥିଲେ। ସେଠାରେ ଗାଧୋଉଥିବା ସମୟରେ ନଦୀର ପ୍ରଖର ସ୍ରୋତରେ ବିଶ୍ୱ ରଂଜନ ଭାଷିଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଦ୍ଧାର କରିବାକୁ ଚେଷ୍ଠା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। କିଛିବାଟ ଭାଷିବା ପରେ ବିଶ୍ୱ ରଂଜନ ନଦୀରେ ବୁଡିଯାଇଥିଲେ। ଲୋକେ ବିଞ୍ଝାରପୁର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଁଚି ଦୀର୍ଘ ୩ ଘଂଟା ଖୋଜାଖୋଜି କରିବାପରେ ନଦୀରୁ ବିଶ୍ୱ ରଂଜନଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା। ଏଥିନେଇ ବିଞ୍ଝାରପୁର ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜ କରାଯାଇଛି।