ସେଲ୍ଫି ହେଲା କାଳ-ଗୁପ୍ତେଶ୍ୱର ନଦୀରେ ଭାସିଗଲେ ଛାତ୍ର

କୋରାପୁଟ,ଏନ୍ଏନ୍ଏସ୍ : ମୋବାଇଲରେ ସେଲ୍ଫି ନେବାବେଳେ ଗୋଡ଼ ଖସି ଗୁପ୍ତେଶ୍ୱର ନଦୀରେ ସୋମବାର ଜଣେ କଲେଜ ଛାତ୍ର ନିଖୋଜ ହୋଇଥିବା ଜଣା ପଡ଼ିଛି। ନିଖୋଜ ଛାତ୍ର ଜଣକ ବୈପାରିଗୁଡାର ବି.କାନନା ଆଚାରୀଙ୍କ ପୁଅ ସ୍ଥାନୀୟ ମହାବିଦ୍ୟାଳୟରେ ଯୁକ୍ତ ୩ ରେ ପଢୁଥିବା ବି.ରୀତିକ୍ ଆଚାରୀ ବୋଲି ଜଣାପଡିଛି । କାର୍ତୀକ ଶେଷ ସୋମବାର ହେତୁ ରୀତିକ ସାଙ୍ଗ ମାନଙ୍କ ସହ ଗୁପ୍ତେଶ୍ୱର ପୀଠ ଯାଇଥିଲେ। ଦର୍ଶନ ସାରି ରୀତିକ ଗୁପ୍ତେଶ୍ୱରର ସାବେରୀ ନଦୀ କୂଳରେ ସେଲ୍ଫି ନେଉଥିବାବେଳେ ଅଚାନକ ଗୋଡ଼ ଖସି ଯାଇଥିଲା। ଫଳରେ ସେ ନଦୀର ସ୍ରୋତରେ ଭାସି ଯାଇଥିଲେ। ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଖାନତଲାସ କରିଥିଲେ ମଧ୍ୟ ସନ୍ଧ୍ୟା ସୁଦ୍ଧା ରୀତିକଙ୍କ କୌଣସି ଖୋଜ ଖବର ମିଳି ପାରିନାହିଁ।