ଘାସ କାଟୁଥିଲେ , ବଜ୍ରପାତରେ ଚାଲିଗଲା ଜୀବନ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ସଦର ଥାନା ବାରିଗାଁ ଗ୍ରାମରେ ବଜ୍ରପାତରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତକ ବାରିଗାଁ ଗ୍ରାମର ଖଗେଶ୍ୱର ମହାନ୍ତ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଖଗେଶ୍ୱର ବିଲରେ ଘାସ କାଟୁଥିବା ବେଳେ ଘଡ଼ଘଡି ସହ ବର୍ଷା ପବନ ଜୋର ହୋଇଥିଲା। ଏହି ସମୟରେ ତାଙ୍କ ଉପରେ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପରିବାର ଲୋକେ ତାଙ୍କୁ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କର ମୃତ ଘୋଷଣା କରିଥିଲେ।