ରାଜଧାନୀରେ ଆଜି ଜଣେ ଆକ୍ରାନ୍ତ ଚିହ୍ନଟ, ୨ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ପୁଣି ଭୁବନେଶ୍ୱରରୁ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛି। ଏଥିସହ ଭୁବନେଶ୍ୱରରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୯ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ଜଣଙ୍କ ଡମଣା ଅଞ୍ଚଳର ୨୫ ବର୍ଷୀୟ ଯୁବକ। ସେ ମୁମ୍ବାଇରୁ ଫେରିଥିଲେ।

ସେହିପରି ୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାପଡ଼ିଛି। ୨ ଜଣଙ୍କ ମଧ୍ୟରେ ଜଣେ ଶୈଳାଶ୍ରୀ ବିହାରର ୨୩ ବର୍ଷୀୟ ଯୁବକ ଓ ଜଣେ ନୟାପଲି ଅଞ୍ଚଳର ୪୬ ବର୍ଷର ବ୍ୟକ୍ତି ବୋଲି ଜଣାପଡ଼ିଛି। ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ୫୩ ଜଣ ସୁସ୍ଥ ହୋଇଥିବା ବେଳେ ୩୩ ଜଣ ଚିକିତ୍ସିତ ଅଛନ୍ତି। ସେହିପରି କରୋନାରେ ଏପର୍ଯ୍ୟନ୍ତ ୩ ଜଣଙ୍କ ମୃତୁ ଘଟିଛି।