ସଡ଼କ ଦୁର୍ଘଟଣାରେ ଜଣେ ବାଇକ ଚାଳକ ମୃତ

ମାଲକାନଗିରି,ଏନ୍ଏନ୍ଏସ୍: କେନାଲରୁ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ମାଲକାନଗିରି ଜିଲ୍ଲା ବସଷ୍ଟାଣ୍ଡ ନିକଟରେ ଯାଇଥିବା ସୁକୁମା ବାଇପାସ ରାସ୍ତା କଡ଼ରେ ଥିବା କେନାଲରେ ଏହି ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ମୃତଦେହ ନିକଟରେ ଏକ ମଟର ସାଇକେଲ ପଡ଼ିଥିବାରୁ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଚାଳକ ଜଣକ କାଦବାହାଲ ଗ୍ରାମର ବୋଲି ଜଣାପଡ଼ିିଛି। ସେ ବିଳମ୍ବିତ ରାତିରେ ଫେରୁଥିବା ବେଳେ ଭାରସାମ୍ୟ ହରାଇ କେନାଲ ମଧ୍ୟକୁ ଖସି ପଡ଼ିଥିଲେ। ଖବର ପାଇ ମାଲକାନଗିରି ପୁଲିସ ଘଟଣାସ୍ଥଳରେ ପହଁଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଶବ ବ୍ୟବଛେଦ ପରେ ମୃତ୍ୟୁର ପ୍ରକୃତ ରହସ୍ୟ ଜଣାପଡ଼ିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।