ମାଲକାନଗିରି,କୋରୁକୋଣ୍ଡା,ଏନ୍ଏନ୍ଏସ୍: ଗଞ୍ଜେଇ ବ୍ୟବସାୟୀଙ୍କଠାରୁ ଜବରଦସ୍ତି ଟଙ୍କା ଆଦାୟ କରିବା ମାମଲାରେ ଜଣେ ଏସଆଇ ଏବଂ ୨ଜଣ ହୋମଗାର୍ଡଙ୍କୁ ନିଲମ୍ବିତ କରାଯାଇଛି। ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ମୁଦୁଲିପଡା ଥାନାରେ ଏଭଳି ଘଟଣା ଘଟିଛି। ସୂଚନାଯୋଗ୍ୟ, ୪ ଦିନ ପୂର୍ବେ ରାତିରେ ମୁଦୁଲିପଡା ଥାନା ଏସଆଇ ହରିଶ୍ଚନ୍ଦ୍ର ଗୋଲରୀ , ଏଏସଆଇ ନାରାୟଣ ମାଝୀ ଏବଂ ହୋମଗାର୍ଡ ସୀତାକାନ୍ତ ପଟ୍ଟନାୟକ ଓ ସୁଶାନ୍ତ ବେହେରା ଗଞ୍ଜେଇ ବ୍ୟବସାୟୀଙ୍କ ଗାଡ଼ି ଅଟକାଇ ଟଙ୍କା ଆଦାୟ କରୁଥିଲେ। ଏହି ମାମଲାରେ ଶନିବାର ଏସଆଇ ହରିଶ୍ଚନ୍ଦ୍ରଙ୍କୁ ନିଲମ୍ବନ କରାଯାଇଛି। ଏଏସଆଇ ନାରାୟଣଙ୍କ ନାମରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ସେ ଫେରାର ଅଛନ୍ତି। ୨ ହୋମଗାର୍ଡ ସୀତାକାନ୍ତ ପଟ୍ଟନାୟକ, ସୁଶାନ୍ତ ବେହେରାଙ୍କୁ ଗିରଫ କରାଯାଇ ରବିବାର କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି।