ବାଇକ ଚୋରି ଅଭିଯୋଗରେ ଜଣେ ଗିରଫ

ପାଟଣାଗଡ଼,ଏନ୍ଏନ୍ଏସ୍: ବାଇକ ଚୋରି ଅଭିଯୋଗରେ ପାଟଣାଗଡ଼ ଥାନା ପୁଲିସ ଆଜି ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଟିଟଲାଗଡ଼ର ସଞ୍ଜୟ ସୁନା। ମିଳିଥିବା ରିପୋର୍ଟ ମୁତାବକ, ଗତ ୫ ତାରିଖ ସଂନ୍ଧ୍ୟାରେ କଣ୍ଟାବାଞ୍ଜି ପଟୁ ବିପ୍ଳବ ତାଣ୍ଡି ନାମକ ଜଣେ ବ୍ୟକ୍ତି ନିଜ ବାଇକରେ ଆସୁଥିବା ସମୟରେ ପାଟଣାଗଡ଼ ଥାନା ଅନ୍ତର୍ଗତ ବିନ୍ଧନପଦର ଛକରେ ବାଇକରୁ ଓହ୍ଲାଇଥିଲେ। ଏହି ସମୟରେ ସେଠାରେ ଛକି ରହିଥିବା ୨ଜଣ ଯୁବକ ବିପ୍ଳବଙ୍କଠାରୁ ଏକ ମୋବାଇଲ ଓ ବାଇକକୁ ଛଡ଼ାଇ ନେଇଥିବା ପାଟଣାଗଡ଼ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ପୁଲିସ ଘଟଣାର ତଦନ୍ତ କରିଥିଲା। ପରେ ଅଭିଯୁକ୍ତ ସଞ୍ଜୟକୁ ଗିରଫ କରି ପାଟଣାଗଡ଼ କୋର୍ଟ ଚାଲାଣ କରଯାଇଥିବା ନେଇ ଥାନାଧିକାରୀ ସୂଚନା ଦେଇଛନ୍ତି।