କରୋନାରେ ମିଛ ପ୍ରଚାର କରି ଜଣେ ଗିରଫ

ରାୟଗଡ଼ା,ଏନ୍ଏନ୍ଏସ୍ : ଜଣେ କରୋନାରେ ଆକ୍ରାନ୍ତ ବୋଲି ମିଛ ପ୍ରଚାର କରି ଯୁବକ ଗିରଫ। ଅଭିଯୁକ୍ତ ଜଣଙ୍କ ହେଲେ ବାଲିଗୁଡ଼ା ନୂଆ ସାହିର ସତ୍ୟନାରାୟଣ ସାମଲ।

ସୂଚନା ଅନୁଯାୟୀ, କାଶୀପୁର ଅଂଚଳର ଜଣେ କରୋନା ଆକ୍ରାନ୍ତ ବୋଲି ହ୍ୱାଟସ୍ ଆପରେ ଛାଡ଼ିଥିଲେ। ହ୍ୱାଟସ୍ ଆପରେ ପୋଷ୍ଟ ପରେ ତନାଘନା ଆରମ୍ଭ ହୋଇଥିଲା। ଏହା ପରେ ଅଭିଯୁକ୍ତ ସତ୍ୟନାରାୟଣ ସାମଲ ବୋଲି ପୁଲିସ ଜାଣିପାରିଥିଲା। ପରେ ପୁଲିସ ଅଭିଯୁକ୍ତ ଧରିବାରେ ସଫଳ ହୋଇଥିଲା। ଏନେଇ ସୂଚନା ଦେଇଛନ୍ତି ରାୟଗଡ଼ା ଏସପି ସର୍ବଣା ବିବେକ।