ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଚୋରି ସାମଗ୍ରୀ ଉଦ୍ଧାର, ଜଣେ ଗିରଫ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ସାହାରପଡାସ୍ଥିତ ଗୋରାଣ୍ଡିଯୋଡିରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟର ନିର୍ମାଣଧାନ ଛାତ୍ରୀ ନିବାସର ବହୁ ଗୁରୁତ୍ୱପୂର୍ଣ ସାମଗ୍ରୀ ଚୋରି ହୋଇଥିବା ସାହାରପଡା ଫାଣ୍ଡିରେ  ଠିକାଦାର ଅଭିଯୋଗ କରିଥିଲେ। ଫାଣ୍ଡି ଅଧିକାରୀ ଶିବ ପ୍ରସାଦ ଆଇଚ ତଦନ୍ତ କରି ଚୋରିରେ ସମ୍ପୃକ୍ତ ଥିବା ସାହାରପଡା ଗ୍ରାମ ପାତ୍ରସାହିର ଗିରିଧାରୀ ପାତ୍ରଙ୍କ ପୁଅ ମାନସ ପାତ୍ରକୁ ଗିରଫ କରି ତା’ଠାରୁ ଗୋଟିଏ ଡିଜି, ୪୨ ଟି ସିଲିଙ୍ଗ ଫ୍ୟାନ, ଗୋଟିଏ ୱେଲଡିଂ ମେସିନ, ୪ ଟି ଏକଜିଷ୍ଟ ଫ୍ୟାନ, ୧୦ ଟି ଟିୟୁବ ଲାଇଟ, ୨ ଟି ଫାଇବର କବାଟ ଜବତ କରିଛନ୍ତି। ଏନେଇ ପାଟଣା ଥାନାରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ସୋମବାର ଅଭିଯୁକ୍ତର କରୋନା ପରୀକ୍ଷା କରିବା ପରେ କୋର୍ଟ ଚାଲାଣ କରାଯିବ ବୋଲି ପାଟଣା ଥାନା ଅଧିକାରୀ ରାଜେନ୍ଦ୍ର କୁମାର ସ୍ୱାଇଁ ସୂଚନା ଦେଇଛନ୍ତି।