ଜଙ୍ଗଲରେ ନିଆଁ ଲଗାଇ ଜଣେ ଗିରଫ

ଝାରସୁଗୁଡ଼ା, ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ଝାରଗାଁ ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ବନବିଭାଗ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ରେଙ୍ଗାଲି ଥାନା ଅନ୍ତର୍ଗତ ବାଦୀମାଲ ପଞ୍ଚାୟତର ବଏଗାଡେରା ଗ୍ରାମର କେଶବ ମିର୍ଧା(୫୧) ବୋଲି ଜଣା ପଡିଛି । ସୂଚନା ଅନୁଯାୟୀ, କେଶବ ବନ୍ୟଜନ୍ତୁ ଶିକାର ଉଦ୍ଦେଶ୍ୟରେ ଝାରଗାଁ ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇଥିଲେ। ବନ୍ୟଜନ୍ତୁ ଶିକାର କରି ବିକ୍ରି କରିବା କିମ୍ବା ବନ୍ୟ ପଶୁ ପକ୍ଷୀର ମାଂସକୁ ଖାଦ୍ୟ ଆକାରରେ ଗ୍ରହଣ କରିବା ପାଇଁ କେଶବ ପୂର୍ବରୁ ମଧ୍ୟ ଜଙ୍ଗଲରେ ନିଆଁ ଲଗାଇ ସାରିଥିଲା । ତେବେ ଗତକାଲି ଝରାଗାଁ ସଂରକ୍ଷିତ ଜଙ୍ଗଲରେ ସେ ନିଆଁ ଲାଗିଥିବା ଖବର ପାଇ ବନବିଭଗ ତାକୁ ଆଜି ଗିରଫକରି କୋର୍ଟ ଚାଲାଣ କରିବାସହ ଜଙ୍ଗଲର ନିଆଁକୁ ମଧ୍ୟ ଆୟତ୍ତ କରିଛି ।