ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ଜଣେ ଗିରଫ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱର ୟୁନିଟ ୧ ଅଞ୍ଚଳରୁ ଜଣେ ଛାତ୍ରୀଙ୍କୁ ଉଠାଇ ନେଇ ତାଙ୍କ ସହ ଦୁଷ୍କର୍ମ ଉଦ୍ୟମ କରିଥିବା ଜଣାଯାଇଛି। ସୂଚନା ଅନୁସାରେ ଉକ୍ତ ଛାତ୍ରୀ ଜଣଙ୍କ ଭୁବନେଶ୍ୱରର ୟୁନିଟ-୧ରେ ଏକ ଘରୋଇ ହଷ୍ଟେଲରେ ରହୁଥିଲେ। ତେବେ ଉକ୍ତ ଯୁବକ ଜଣଙ୍କ ବହୁଦିନ ଧରି ତାଙ୍କ ପିଛା କରୁଥିବା ବେଳେ ତାଙ୍କ ଅଶ୍ଳିଳ ଇଙ୍ଗିତ କରୁଥିଲା। ଏହି ପରିପ୍ରେକ୍ଷୀରେ ରବିବାର ରାତ୍ରିରେ ଛାତ୍ରୀ ଜଣଙ୍କ ବାହାରକୁ ଆସିଥିବାବେଳେ ଉକ୍ତ ଯୁବକ ଜଣଙ୍କ ତାଙ୍କ ପାଟିରେ ହାତ ଦେଇ ତାଙ୍କୁ ଉଠାଇ ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲା।

ତେବେ ଝିଅଟି ପାଟି କରିବାରୁ ଅଭିଯୁକ୍ତ ସେଠାରୁ ଫେରାର ହୋଇଯାଇଥିଲା। ପରେ ଛାତ୍ରୀ ଜଣଙ୍କ ଏ ସମ୍ପର୍କରେ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୁଲିସ ଆଖଣ୍ଡଳମଣୀ ଅଞ୍ଚଳରେ ଚଢ଼ଉ କରି ଅଭିଯୁକ୍ତକୁ ଗିରଫ କରିଛି। ତେବେ ଅଭିଯୁକ୍ତ ଜଣଙ୍କ ପଶ୍ଚିମବଙ୍ଗର ଅଜୟ ବାଗ। ଭୁବନେଶ୍ୱରରେ ସେ ରଙ୍ଗ ମିସ୍ତ୍ରୀ ଭାବେ କାମ କରନ୍ତି। ତେବେ ତାଙ୍କୁ କାଲି କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ସୂଚନା ଦେଇଛି।