ପାକିସ୍ତାନର ଗୁଳି ବର୍ଷଣରେ ଜଣେ ଯବାନ ସହିଦ

ଜମ୍ମୁ: ପାକିସ୍ତାନ ଲଗାତାର ଭାବେ ଭାରତ ସୀମା ଅତିକ୍ରମ କରି ଅସ୍ତ୍ରବିରତି ଉଲଂଙ୍ଘନ କରୁଛି। ଅନ୍ୟପଟେ ପାକିସ୍ତାନୀ ସେନା ଜମ୍ମୁ-କଶ୍ମୀରର ରାଜୋରୀ ଜିଲ୍ଲାରେ ଏଲଅସୀ ସ୍ଥିତ ଆଡଭାନ୍ସ ଚେକପଏଣ୍ଟରେ ଗୁଳିବର୍ଷଣ କରିବା ଯୋଗୁ ଭାରତୀୟ ସେନାର ଜଣେ ଯବାନ ସହିଦ ହୋଇଛନ୍ତି।

ଅଧିକାରୀଙ୍କ କହିବାନୁସାରେ, ନୌସେରା ସେକ୍ଟରର ଲମା ଅଞ୍ଚଳରେ ରାତି ପ୍ରାୟ ୧ଟା ସମୟରେ ହୋଇଥିବା ଗୁଳି ବିନିମୟରେ ସଂଗ୍ରାମ ଶିବାଜୀ ନାମକ ଜଣେ ହାବିଲଦାର ଗମ୍ଭୀର ରୂପେ ଆହତ ହୋଇଥିଲେ ଏବଂ ପରେ ତାଙ୍କର ମୃତ୍ୟୁ ଘଟିଥିଲା। ପାକିସ୍ତାନ ପକ୍ଷରୁ କରାଯାଇଥିବା ଗୁଳିବର୍ଷଣର ଭାରତ କଡ଼ା ଜବାବ ଦେଇଥିଲା ଓ ଉଭୟ ପକ୍ଷରୁ କିଛି ସମୟ ପର୍ଯ୍ୟନ୍ତ ଗୁଳିବର୍ଷଣ ଜାରି ରହିଥିଲା।

ଅନ୍ୟପଟେ ଜମ୍ମୁ-କଶ୍ମୀରର କୁଲଗାମ ଜିଲ୍ଲାରେ ଭାରତୀୟ ସେନା ଏକ ଆଇଡି ଜବତ କରଥିଲା। ପରେ ବମ୍ ନିରୋଧକ ସ୍କ୍ୱାର୍ଡ ତୁରନ୍ତ ଆଇଡିକୁ ନିଷ୍କ୍ରିୟ କରିବାରେ ସଫଳ ହୋଇଥିଲେ।