ପୁଣି ସ୍ୱାଭିମାନ ଅଞ୍ଚଳର ବିଏସଫକୁ ସଫଳତା

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ସ୍ଵଭିମାନ ଅଞ୍ଚଳ ଅନ୍ତର୍ଗତ ହାନ୍ତାଳଗୁଡ଼ା କ୍ୟାମ୍ପସ୍ଥିତ ୯ ବାଟାଲିୟନର ବିଏସଏଫ ଯବାନଙ୍କୁ ବଡ଼ ସଫଳତା ମିଳିଛି। ଗୁଇନ୍ଦା ସୂତ୍ରରୁ ଖବର ପାଇ ବିଏସଏଫ ଯବାନ ସର୍ଚ୍ଚ ଅପରେସନରେ ଯିବା ସମୟରେ କଦଳିବନ୍ଧା ଗ୍ରାମ ନିକଟସ୍ଥ ପାହାଡ଼ ପାଖରେ ମାଓବାଦୀଙ୍କ ଗୋଟିଏ ବ୍ୟାଗ ପଡ଼ିଥିବା ଦେଖିଥିଲେ । ସେହି ବ୍ୟାଗକୁ ସର୍ଚ୍ଚ କରିବା ପରେ ସେଥିରୁ ୨ଟି ପ୍ରେସର ମାଇନ ବୋମା, ଗୋଟିଏ ଟିଫିନ ବୋମା, କିଛି ପ୍ରେଗନେନ୍ସି କିଟ, ମେଡ଼ିସିନ, ବେଲ୍ଟ, ଡ୍ରେସ, ସାବୁନ ଓ ଦୈନନ୍ଦିନ ବ୍ୟବହାର୍ଯ୍ୟ ଜିନିଷ ମିଳିଛି । ତୁରନ୍ତ ସେଠାରେ ବିଏସଏଫର ବୋମା ନିଷ୍କ୍ରିୟକାରୀ ଦଳ ପହଂଚି ଏହି ବୋମାକୁ ନିଷ୍କ୍ରିୟ କରିଥିଲେ ।

ସୂଚନାନୁଯାୟୀ, କିଛି ଦିନ ଧରି ସ୍ଵଭିମାନ ଅଞ୍ଚଳରେ ବିଏସଏଫ ଯବାନ ବାରମ୍ବାର ମାଓ ସାମଗ୍ରୀ ଜବତ କରିବା ସହ ମାଓବାଦୀଙ୍କ ଯୋଜନାକୁ ଭଣ୍ଡୁର କରି ଆସୁଛନ୍ତି। ଏହି ବୋମା ଯବାନଙ୍କ ଉଦେଶ୍ୟରେ ଲଗାଯାଇଥିବା ସୂଚନା ମିଳିଛି। କିନ୍ତୁ ଯବାନନଙ୍କ ସାହାସ ଯୋଗୁ ବାରମ୍ବାର ମାଓବାଦୀ ସେମାନଙ୍କ ଉଦ୍ୟମରେ ବିଫଳ ହଉଛନ୍ତି।