ୱାସିଂଟନ୍,ଏଜେନ୍ସି: ସାରା ବିଶ୍ୱରେ କରୋନା ମହାମାରୀ ବିଭୀଷିକା ରଚିଛି। ଦିନକୁ ହଜାର ହଜାର ମୁଣ୍ଡ ନେଉଛି ଏହି ଭୂତାଣୁ। ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପର୍ୟ୍ୟନ୍ତ ବିଶ୍ୱରେ ୨୫ ଲକ୍ଷ ୫୭ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧ ଲକ୍ଷ ୭୭ ହଜାର ୬୪୧ ମୁଣ୍ଡ ନେଇଛି ମାରାତ୍ମକ ଭାଇରସ୍।
ଆରୋଗ୍ୟ ହୋଇଛନ୍ତି ୬ ଲକ୍ଷ ୯୦ହଜାର। ସେପେଟ ଆମେରିକାରେ ମୃତ୍ୟୁର ବିଭୀଷିକା ରଚୁଛି କରୋନାକା। ଗୋଟିଏ ଦିନରେ ୨୮ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ୮ ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ୪୫ ହଜାର ୨୭୯ ଜଣଙ୍କ ଜୀବନ ନେଲାଣି ମହାମାରୀ ଭାଇରସ୍ । ଅନେକ ରାଷ୍ଟ୍ରରେ ୨୦ ହଜାର ଟପିଛି କରୋନା ମୃତ୍ୟୁସଂଖ୍ୟା। ସ୍ପେନ୍, ଫ୍ରାନ୍ସ, ଇଟାଲୀରେ ବି ତାଣ୍ଡବ ରଚୁଛି କରୋନା ।