ଲାଗୁହେବ ଓମଫେଡ ବର୍ଦ୍ଧିତ ଦର

ଭୁବନେଶ୍ୱର: ଏନଏନଏସ: ଶୁକ୍ରବାର ଠାରୁ ଓମଫେଡ କ୍ଷୀରର ବର୍ଦ୍ଧିତ ଦର ଲାଗୁହେବ। ନୂଆ ଦର ଅନୁଯାଇ ଲିଟର ପିଛା ଗ୍ରାହକଙ୍କୁ ୪ଟଙ୍କା ଅଧିକ ମୂଲ୍ୟ ଦେବାକୁ ପଡିବ।
ପୂର୍ବରୁ ଓମଫେଡ଼୍‌ର ପ୍ରିମିୟମ ଓ ଗୋଲ୍ଡ ପ୍ରିମିୟମ କ୍ଷୀର ଲିଟର ପିଛା ୪୦ ଟଙ୍କାରେ ମିଳୁଥିଲା ବେଳେ ଆସନ୍ତାକାଲିଠୁ ଏଥିଲାଗି ଖାଉଟିଙ୍କୁ ୪୪ ଟଙ୍କା ଗଣିବାକୁ ପଡ଼ିବ।

ଏନେଇ କିଛି ଦିନ ପୂର୍ବେ କୃଷି ମନ୍ତ୍ରୀ ଅରୁଣ ସାହୁ କହିଥିଲେ,”ରାଜ୍ୟର ଘରୋଇ ଦୁବ୍ଧ କମ୍ପାନିଗୁଡ଼ିକ କ୍ଷୀର ଦର ବୃଦ୍ଧି କରିଥିବାରୁ ରାଜ୍ୟ ସରକାର ଓମଫେଡ କ୍ଷୀର ଦର ବଢ଼ାଇବା ନେଇ ବିଚାର କରୁଛନ୍ତି। ତେବେ ଖାଉଟି ଏବଂ ଦୁଗ୍ଧଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଓମଫେଡ କ୍ଷୀର ଦର ନିର୍ଦ୍ଧାରଣ କରାଯିବ।” ଏହା ପରଠାରୁ ଓମଫେଡ଼୍‌ କ୍ଷୀର ଦର ବୃଦ୍ଧି ହେବା ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଥିଲା। ଏବେ ୪ ଟଙ୍କା ବୃଦ୍ଧି ନିଷ୍ପତ୍ତି ପରେ ଖାଉତିଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଅନେକ ଏହାକୁ ନାପସନ୍ଦ କରିଛନ୍ତି।