ବଢିପାରେ ଓମଫେଡ୍ କ୍ଷୀର ଦର, ସ୍କୁଲପିଲାଙ୍କୁ ଦିଆଯିବ ଦୁଗ୍ଧଜାତ ଦ୍ରବ୍ୟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓମଫେଡ୍ କ୍ଷୀର ଦର ବୃଦ୍ଧି ନେଇ ଆଲୋଚନା ଚାଲିଛି ବୋଲି କୃଷି ତଥା ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଅରୁଣ ସାହୁ ପ୍ରକାଶ କରିଛନ୍ତି । ଉଭୟ ଖାଉଟି ଓ ଦୁଗ୍ଧ ଚାଷୀମାନେ ଯେପରି ଲାଭବାନ ହୋଇ ପାରିବେ ତାକୁ ଦୃଷ୍ଟିରେ ରଖି ଦର ଧାର୍ଯ୍ୟ କରାଯିବ । ଘରୋଇ ଦୁଗ୍ଧ ଚାଷୀମାନେ ଆଗୁଆ ଦାମ୍ ବୃଦ୍ଧି କରିଛନ୍ତି । ତେଣୁ ଓମଫେଡ୍ କ୍ଷୀର ଦର ବୃଦ୍ଧି ନେଇ ତର୍ଜମା କରାଯାଉଛି ।

ଅପରପକ୍ଷରେ ମଧ୍ୟାହ୍ନ ଭୋଜନରେ ସ୍କୁଲ ପିଲାଙ୍କୁ ଦୁଗ୍ଧଜାତ ଦ୍ରବ୍ୟ ଦେବାପାଇଁ ସରକାରଙ୍କ ଯୋଜନା ରହିଛି । ଏ ନେଇ ପ୍ରସ୍ତାବ ମଧ୍ୟ ଆସିଛି । ଏହି ଯୋଜନା କାର୍ୟ୍ୟକାରୀ ହେଲେ ପିଲାମାନେ ପୁଷ୍ଟିକର ଖାଦ୍ୟ ପାଇପାରିବେ । ସେହିପରି ଚାଷୀ ମାନେ ବିଶେଷ ଭାବେ ଲାଭବାନ୍ ହୋଇପାରିବେ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।