ଦାରା ସିଂକୁ କାରାଗାରରେ ଭେଟିଲେ ଓଁମ ବାବା ଓ ଦାରା ସେନା

କେଉଁଝର,ଏନ୍ଏନ୍ଏସ୍: ବହୁ ଚର୍ଚ୍ଚିତ ଓଁମ ବାବା ଓ ଦାରା ସେନା ଜାତୀୟ ମୁଖ୍ୟ ମୁକେଶ ଜୈନ ବୁଧବାର ଗ୍ରାହମ ଷ୍ଟେନ ହତ୍ୟା କାଣ୍ଡର ମୁଖ୍ୟଅଭିଯୁକ୍ତ ଦାରା ସିଂକୁ କେନ୍ଦୁଝର ଜିଲ୍ଲା କାରାଗାରରେ ଭେଟିଛନ୍ତି।

ତେବେ ଦାରା ସିଂ ବହୁ ବର୍ଷ ଧରି ଜେଲରେ ରହିଥିବାରୁ ତାକୁ ତୁରନ୍ତ ଜେଲରୁ ମୁକୁଳାଇବା ପାଇଁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ତାଙ୍କ ସହିତ ଦାରା ସେନାର ଅନ୍ୟ ସଦସ୍ୟମାନେ ମଧ୍ୟ ଦାରା ସିଂଙ୍କୁ ସାକ୍ଷାତ କରିଛନ୍ତି ।