ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଡଳଙ୍ଗ ଗାଁ ନିକଟ ପୋଖରୀରୁ ଜଣେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ବୃଦ୍ଧା ଜଣଙ୍କ ଡଳଙ୍ଗ ଗ୍ରାମର ଯାତ୍ରୀ ବେୱା। ସୂଚନା ଅନୁସାରେ ଆଜି ସକାଳୁ ଗ୍ରାମବାସୀ ପୋଖରୀରେ ଜଣେ ବୃଦ୍ଧଙ୍କ ମୃତଦେହ ଭାସୁଥିବା ଦେଖି ତୁରୁମୁଙ୍ଗା ପୁଲିସକୁ ଖବର ଦେଇଥିଲେ। ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିବା ବେଳେ ପୁଲିସ ଏହାକୁ ବ୍ୟବଚ୍ଛେଦ ପାଇଁ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛି। ପ୍ରାଥମିକ ତଦନ୍ତ ଅନୁସାରେ ଗତକାଲି ସନ୍ଧ୍ୟାରେ ସେ ପୋଖରୀକୁ ଶୌଚ ହେବାକୁ ଯାଇ ଫେରିନଥିଲେ।