ପୁରୁଣା ଫଟୋ ସେୟାର କଲେ ଦୀପିକା

ବଲିଉଡ ଆକ୍ଟ୍ରେସ୍ ଦୀପିକା ପାଦୁକୋନ ଆଜିକାଲି ସାମାଜିକ ଗଣମାଧ୍ୟମରେ ବେଶ୍ ସକ୍ରିୟ। ନିୟମିତ ବ୍ୟବଧାନରେ ଫଟୋ ଓ ଭିଡିଓ ସେୟାର କରି ଖୁବ୍ ଚର୍ଚ୍ଚାରେ ଅଛନ୍ତି ଦୀପିକା। ଏହି କ୍ରମରେ ସେ ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନଙ୍କ ସହ ଉଠାଇଥିବା ଏକ ପୁରୁଣା ଫଟୋ ସେୟାର କରିଛନ୍ତି ଇନଷ୍ଟାଗ୍ରାମରେ। ଏ ଫଟୋରେ ଦୀପିକା ଆମୀର ଖାନଙ୍କ ନିକଟରେ ବସିଥିବା ଦେଖିବାକୁ ମିଳୁଛି।

ଫଟୋରେ ଦୀପିକାଙ୍କ ବାପା ପ୍ରକାଶ, ମା’ ଉଜ୍ଜ୍ୱଳା ଓ ଭଉଣୀ ତନିଷା ମଧ୍ୟ ଅଛନ୍ତି। ଫଟୋଟି ୨୦ ବର୍ଷ ତଳର ଓ ସେତେବେଳେ ତାଙ୍କୁ ୧୩ ବର୍ଷ ହୋଇଥିଲା ବୋଲି ଲେଖିଛନ୍ତି। ଦୀପିକାଙ୍କ ଶେଷ ଫିଲ୍ମ ଥିଲା ‘ଛପାକ’। ଏ ଫିଲ୍ମଟି ବକ୍ସ ଅଫିସରେ ଭଲ ବ୍ୟବସାୟ କରିପାରି ନଥିଲା। ଦୀପିକାଙ୍କ ଅପକମିଂ ଫିଲ୍ମ ମଧ୍ୟରେ ରହିଛି ‘୮୩’। ଏଥିରେ ସେ ପତି ରଣବୀର ସିଂହଙ୍କ ସହିତ ଦେଖିବାକୁ ମିଳିବେ।