ବୃଦ୍ଧଙ୍କ ଉପରେ ଚଢ଼ିଗଲା ଚାଉଳ ବୋଝେଇ ଟ୍ରକ, ବୃଦ୍ଧ ମୃତ

ପାଟଣା,ଏନ୍ଏନ୍ଏସ୍: ଜଣେ ବୃଦ୍ଧାଙ୍କ ଉପରେ ଏକ ଚାଉଳ ବୋଝେଇ ଟ୍ରକ ଚଢ଼ିଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ଏଭଳି ଘଟଣା ପାଟଣା-କେନ୍ଦୁଝର ରାସ୍ତାର କେନ୍ଦେଇପଶି ପୋଷ୍ଟ ଅଫିସ ନିକଟରେ ଘଟିଛିି। ତେବେ ମୃତକ ଜଣଙ୍କ ହେଉଛନ୍ତି କେନ୍ଦେଇପଶି ଗ୍ରାମର ଗଙ୍ଗାଧର ବେହେରା(୬୩)।

ସୂଚନା ଅନୁଯାୟୀ ଆଜି ସନ୍ଧ୍ୟାରେ ଗଙ୍ଗାଧର ସାଇକେଲ ଯୋଗେ ଘରକୁ ଯାଉଥିଲେ। ଏହି ସମୟରେ ବିପରୀତ ଦିଗରୁ ଦ୍ରୁତଗତିରେ ଆସୁଥିବା ଏକ ଚାଉଳ ବୋଝେଇ ୧୦ ଚକିଆ ଟ୍ରକ ତାଙ୍କ ଉପରେ ଚଢିଯାଇଥିଲା। ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଗୁରୁତର ବୃଦ୍ଧାଙ୍କୁ ଉଦ୍ଧାର କରି ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଦୁର୍ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକେ ତୁରୁମୁଙ୍ଗା ପୁଲିସକୁ ଖବର ଦେଇଥିଲେ ହେଁ ଘଟଣାସ୍ଥଳରେ ପୁଲିସ ପହଞ୍ଚି ନଥିବାରୁ ଅସନ୍ତୋଷ ଦେଖାଦେଇଛି। ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ଜଣଙ୍କ ମଦ ନିଶାରେ ଥିବାରୁ ଏପରି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକମାନେ କହୁଛନ୍ତି। ତେବେ ଡ୍ରାଇଭର ଗାଡ଼ି ସହିତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି।