ବିଦ୍ୟୁତ ଆଘାତରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଅଭିଯୋଗ, ଗ୍ରାମବାସୀଙ୍କ ରାସ୍ତାରୋକ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାରଓରକେଲ ଥାନା ଅନ୍ତର୍ଗତ ନିଳାଦ୍ରିନଗରର ଜଣେ ବୃଦ୍ଧା ବିଦ୍ୟୁତ୍ ଆଘାତରେ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛିା ଏ ନେଇ ଶନିବାର ସ୍ଥାନୀୟ ଲୋକେ କନିଷ୍ଠ ଯନ୍ତ୍ରୀଙ୍କୁ ଅଟକ ରଖିବା ସହ ଟାୟାର ଜାଳି ରାସ୍ତାରୋକ କରିଛନ୍ତି।

ସୂଚନା ଅନୁସାରେ ଗତ ୬ ଦିନ ତଳେ ନୀର ସାମନ୍ତରାୟ(୬୦) ନାମକ ବୃଦ୍ଧ ଚାଷ କାମକୁ ଯାଇ ନିଖୋଜ ହୋଇଥିବାରୁ ପରିବାର ବର୍ଗ ଥାନରେ ଏତଲା ଦେଇଥିଲେ। ବହୁ ଖୋଜାଖୋଜି ପରେ ଶନିବାର ତାଙ୍କର ଗଳିତ ଶବ ନିଳାଦ୍ରୀନଗର ମହାବିଦ୍ୟାଳୟ ବାଳକ ଛାତ୍ରାବାସ ସମ୍ମୁଖରେ ଥିବା ଏକ ଚାଷ ଜମିରୁ ମିଳିଥିଲା।

ତେବେ ଛାତ୍ରବାସ ନିକଟସ୍ଥ ଚାଷ ଜମିକୁ ପାଣି ମଡ଼ାଇବା ପାଇଁ ବିଦ୍ୟୁତ୍ ନେଉଥିବାବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। କିଛି ଦିନ ପୂର୍ବେ କର୍ମଚାରୀମାନେ ବିଦ୍ୟୁତ୍ ଚୋରି ହେଉଥିବା ଜାଣି ସଂପୃକ୍ତ ଜମିରୁ ତାର କାଟି ନେଇଥିବାବେଳେ କିଭଳି ଏହା ଜଣିପାରିନଥିଲେ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଘଟଣା ଜଣାପଡ଼ିବା ପରେ ଘଟଣାସ୍ଥଳରେ ଏସଡିପିଓ ମାନସ ରଞ୍ଜନ ବାରିକ, ଥାନା ଭାରପ୍ରାପ୍ତ ନିରୀକ୍ଷକ ଜଗଦିଶବାରା ଓ କର୍ମଚାରୀମାନେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଛି। ତେବେ ଗ୍ରାମବାସୀମାନେ  ପରିବାରର ଜଣକୁ ଚାକିରି ଓ ୨୦ ଲକ୍ଷ ଟଙ୍କା ସହାୟତା ଦାବି କରିବା ପରେ ଏହାକୁ ସମାଧାନ କରିବାକୁ ଏକ ବୈଠକ ଜାରି ରହିଛି।