ବିଲକୁ ଯାଇ ଆଉ ଫେରିଲେନି ରାଜକିଶୋର

ଓଳାଭର,ଏନ୍ଏନ୍ଏସ୍: ରାଜକନିକା ଦେଉଲସାହି ଗାଁରେ ଆଜି ଏକ ଦୁଃଖଦ ଘଟଣା ଘଟିଯାଇଛି। ଗାଁର ରାଜକିଶୋର ବେହୁରା ଆଜି ପୂର୍ବାହ୍ନରେ ବଲିକୁ ଯାଇଥିବାବେଳେ ବନ୍ୟା ଜଳରେ ବୁଡି ଯିବାରୁ ତାଙ୍କର ମୃତ୍ୟୁ ହୋଇଛି। ପରିବାର ଲୋକେ ବହୁ ଖୋଜିବା ପରେ ପାଣିରେ ତାଙ୍କ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ। ସଙ୍ଗେସଙ୍ଗେ ତାଙ୍କୁ ଓଳାଭର ମେଡ଼ିକାଲ ଓ ପରେ ରାଜକନିକା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ରାଜକନିକା ପୁଲିସ ରାଜକିଶୋରଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି।