ଲଣ୍ଡନ ଯିବ ଓଲା

ନୂଆଦିଲ୍ଲୀ: ଅନଲାଇନ୍ ଜରିଆରେ ଟ୍ୟାକ୍ସି ସେବା ପ୍ରଦାନ କରୁଥିବା ପ୍ରମୁଖ କମ୍ପାନୀ ଉବେରର ଲାଇସେନ୍ସକୁ ଲଣ୍ଡନରେ ରଦ୍ଦ କରାଯାଇଥିବାବେଳେ ଏହି ସୁଯୋଗର ଫାଇଦା ଉଠାଇଛି ଅନ୍ୟତମ ଅନଲାଇନ୍ ଟ୍ୟାକ୍ସି ପ୍ରଦାନକାରୀ କମ୍ପାନୀ ଓଲା। କମ୍ପାନୀ ଖୁବଶୀଘ୍ର ଲଣ୍ଡନରେ ଏହାର ପରିଚାଳନା ଆରମ୍ଭ କରିବ ବୋଲି ଘୋଷଣା କରିଛି। ଏ କ୍ଷେତ୍ରରେ ଲାଇସେନ୍ସପ୍ରାପ୍ତ ଡ୍ରାଇଭରମାନଙ୍କୁ ଗାଡ଼ିଚାଳନା ପାଇଁ ଅନୁମତି ପ୍ରଦାନ କରିଛି। ଚଳିତବର୍ଷ ଲଣ୍ଡନରେ ପରିବହନ (ଟିଏଫଏଲ) କରିବା ଲାଗି ଓଲା ପରିଚାଳନାଗତ ଲାଇସେନ୍ସ ହାସଲ କରିଛି।

ଲଣ୍ଡନରେ ଏହାର ସେବା ଆରମ୍ଭ କରିବା ଲାଗି ସେଠାକାର ଲାଇସେନ୍ସପ୍ରାପ୍ତ ଡ୍ରାଇଭର୍ମାନଙ୍କୁ ପଞ୍ଜିକରଣ କରିବା ଆରମ୍ଭ କରିଦେଇଛି।ଏହାସହ ୫୦ ହଜାରରୁ ଊଦ୍ଧ୍ୱର୍ ଲାଇସେନ୍ସପ୍ରାପ୍ତ ଡ୍ରାଇଭରମାନେ ଓଲାରେ ଯୋଗଦେବା ଲାଗି ସକ୍ଷମ ଅଛନ୍ତି ଏବଂ ଲଣ୍ଡନରେ ସେବା ଉପଲବ୍ଧ କରିବା ଲାଗି ମଧ୍ୟ ପ୍ରସ୍ତୁତ ଅଛନ୍ତି ବୋଲି କମ୍ପାନୀ ତରଫରୁ ଜାରି କରାଯାଇଥିବା ଏକ ବିବୃତିରେ ଉଲ୍ଲେଖ କରାଯାଇଛି। ଭାରତର ୨୫୦ଟି ସହର ବ୍ୟତୀତ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ୍ ଏବଂ ବ୍ରିଟେନରେ ଓଲା ଏହାର ସେବା ପ୍ରଦାନ କରୁଛି।