ଭୁବନେଶ୍ୱର,ଏନ୍ଏନ୍ଏସ୍: ପରିବହନ ବିଭାଗ ପକ୍ଷରୁ ଆଜି ରାଜ୍ୟରେ ଓଲା ଓ ଉବର ଗାଡ଼ିଗୁଡ଼ିକ ଚଳାଚଳ ପାଇଁ ସ୍ୱତନ୍ତ୍ର ନିୟମ ପ୍ରସ୍ତୁତ ହୋଇଛି। ତେବେ ଓଲା ଓ ଉବର ଗାଡ଼ିଗୁଡିକ କେବଳ ହସ୍ପିଟାଲ କ୍ଷେତ୍ରରେ ଚଳପ୍ରଚଳ କରିପାରିବେ। ଏ ନେଇ ପରିବହନ ବିଭାଗ ପକ୍ଷରୁ ଟ୍ୱିଟ ଜାରି ହୋଇଛି। ଏହି ପରିପ୍ରେକ୍ଷୀରେ ରୋଗୀ ଓ ତାର ଜଣେ ସହଯୋଗୀ ହିଁ ରହିବେ ଓ ଏହା ଭୁବନେଶ୍ୱର, କଟକ ଓ ରାଉରକେଲାରେ ଚାଲି ପାରିବ ବୋଲି ସ୍ପଷ୍ଟ କରାଯାଇଛି। ଏ ନେଇ କଟକ ଭୁବନେଶ୍ୱର ପାଇଁ ୧୦୦ ଓଲା ଗାଡ଼ି ଓ ୧୦୦ ଉବର ଗାଡ଼ି ନିୟୋଜିତ ହୋଇଛି। ଏଥିସହ ରାଉରକେଲା ପାଇଁ ୫୦ ଓଲା କ୍ୟାବ ନିୟୋଜିତ କରାଯାଇଛି।
ଏଥିପାଇଁ ରୋଗୀ କିମ୍ବା ସହଯୋଗୀଙ୍କୁ ରୋଗ ଓ କେଉଁ ହସ୍ପିଟାଲକୁ ଯିବେ ସେ ନେଇ ସଠିକ ତଥ୍ୟ ଦେବାକୁ ପଡ଼ିବ। ଏ ନେଇ ତାଙ୍କୁ ପ୍ରମାଣପତ୍ର ବାଧ୍ୟତା ମୂଳକ କରାଯାଇଛି। ସେହିପରି ଡ୍ରାଇଭର ଉକ୍ତ ପ୍ୟସେଞ୍ଜରର ଫଟୋ ଓ ପ୍ରମାଣପତ୍ର ଅପଲୋଡ କରିବାକୁ ପଡ଼ିବ। ଏବଂ ଏହି ଗାଡ଼ିର ଗତିବିଧି ଉପରେ ଭୁବନେଶ୍ୱର ପରିବହନ ନିଗମ ପକ୍ଷରୁ ନଜର ରଖାଯିବ।