ଭୁବନେଶ୍ୱର,ଏନ୍ଏନ୍ଏସ୍: ଚଳିତ ବର୍ଷ ଓଜେଇଇ ପରୀକ୍ଷା ଅକ୍ଟୋବର ୧୨ରୁ ୧୯ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ଏନେଇ ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ସୂଚନା ଦେଇଛନ୍ତି। ପରୀକ୍ଷା ନେଇ ମୋଟ ୫୩ଟି ସେଣ୍ଟର କରାଯିବ ବୋଲି ଜଣାପଡ଼ିଛି। ରାଜ୍ୟ ଭିତରର ୨୧ଟି ସହରର ୫୦ଟି କେନ୍ଦ୍ର ଓ ରାଜ୍ୟ ବାହାରେ ତଥା ରାଞ୍ଚି, କୋଲକାତା ଓ ପାଟନାରେ ପରୀକ୍ଷା ହେବ। ଆଉ ଏହାର ସମସ୍ତ ପରୀକ୍ଷା କମ୍ପ୍ୟୁଟରରେ ହେବ।