ପଲଟିଲା ତେଲ ଟ୍ୟାଙ୍କର : ରାସ୍ତାରେ ଢ଼ଳିଲା ୧୮୦୦୦ ଲିଟର ତେଲ

ବାଲେଶ୍ୱର, ଏନ୍ଏନ୍ଏସ୍ : ରାସ୍ତାରେ ଢାଳିଗଲା ୧୮ହଜାର ଲିଟର ତେଲ । ବସ୍ତା ଥାନା ୬୦ ନମ୍ୱର ଜାତୀୟ ରାଜପଥର ଗାନ୍ଧିଛକ ନିକଟରେ ଏକ ତେଲ ଟ୍ୟାଙ୍କର ଭାର ସାମ୍ୟ ହରାଇ ରାଜପଥ ଉପରେ ଥିବା ଏକ ପୋଲ ଉପରେ ଓଲଟି ଯିବାରୁ ୧୮୦୦୦ ଲିଟର ତେଲ ଢାଳି ହୋଇଯାଇଛି। ଡ୍ରାଇଭର ଓ ହେଲ୍ପର ଅଳ୍ପକେ ବର୍ତୀ ଯାଇଛନ୍ତି। ତେବେ ଗାଡିରେ ଏକ କଳା ରଂଗର ତେଲ ରହିଥିବା ବେଳେ ଏହା କେଉଁ ପ୍ରକାର ତେଲ ଜଣାପଡ଼ିନାହିଁ । ସମସ୍ତ ତେଲ ପୋଲ ତଳେ ଜଳକା ନଦୀରେ ମିଶି ଯିବାରୁ ନଦୀ ପାଣି ପ୍ରଦୂଷିତ ହେବାର ଆଶଙ୍କା ଦେଖାଦେଇଛି ।