ଚେକିଂ ଆଳରେ ଗର୍ଭବତୀଙ୍କୁ ୩କିମି ଚଲାଇବା ଘଟଣା : ଓଆଇସି ସସ୍‌ପେଣ୍ଡ

ଉଦଳା, ଏନଏନ ଏସ:  ହେଲମେଟ ଚେକିଂ ଆଳରେ ଗର୍ଭବତୀଙ୍କୁ ୩ କିଲୋମିଟର ଚଲାଇବା  ଜଣେ ପୋଲିସ କର୍ମଚାରୀ ଙ୍କୁ ମହଙ୍ଗା ପଡିଛି।  ଏହି ଘଟଣାରେ ସ୍ଥାନୀୟ ଶରତ ଥାନା ଅଧିକାରିଣୀ ରୀନା ବକ୍ସଲାଙ୍କୁ ନିଲମ୍ବିତ କରାଯାଇଛି।   ମୟୁରଭଞ୍ଜ ଏସ୍‌ପି ତାଙ୍କୁ ନିଲମ୍ବିତ କରିଛନ୍ତି।

ସୂଚନା ଅନୁଯାୟୀ, ବିକ୍ରମ ବିରୁଲି ନିଜ ୮ ମାସର ଗର୍ଭବତୀ ସ୍ତ୍ରୀଙ୍କର ଚେକଅପ ନିମନ୍ତେ ଉଦଳା ଆସୁଥିବା ବେଳେ ହେଲମେଟ ଚେକିଂ ଆଳରେ ତାଙ୍କୁ  ଶରତ ଥାନା ଓଆଇସି ରୀନା ବକ୍ସଲା  ଅଟକାଇଥିଲେ। ବିକ୍ରମଙ୍କ  ସ୍ତ୍ରୀ ହେଲମେଟ ପିନ୍ଧି ନଥିବା କହି ତାଙ୍କର ଚାଲାଣ କାଟିଥିଲେ । ଏହାପରେ ବିକ୍ରମକୁ ଥାନା ଗାଡିରେ ବସାଇ ଥାନାକୁ ନେଇ ଯାଇଥିବା ବେଳେ ତାଙ୍କ ସ୍ତ୍ରୀକୁ ରାସ୍ତାରେ ଛାଡି ଚାଲିଯାଇଥିଲେ । ଯାହାଫଳରେ ଗର୍ଭବତୀ ବିକ୍ରମଙ୍କ ସ୍ତ୍ରୀ ୩ କିଲୋମିଟର ଚାଲି ଚାଲି ଥାନାକୁ ଯାଇଥିଲେ । ଏହି ଘଟଣାରେ ବିକ୍ରମ ଏସଡିପିଓଙ୍କୁ ଅଭିଯୋଗ କରିଥିଲେ । ଏହାପରେ ମୟୂରଭଞ୍ଜ ଏସପି ତାଙ୍କୁ ଚାକିରୀରୁ ନିଲମ୍ବିତ କରିଛନ୍ତି।