ଟ୍ରାଫିକ ନିୟମ କୋହଳ ନେଇ ରିପୋର୍ଟ ତଲବ କଲା ଓଏଚଆରସି

ଭୁବନେଶ୍ୱର,ଏନଏନଏସ: ଟ୍ରାଫିକ ନିୟମ ୩ମାସ କୋହଳ ନେଇ ରିପୋର୍ଟ ତଲବ କଲା ରାଜ୍ୟ ମାନବାଧିକାର ଆୟୋଗ(ଓଏଚଆରସି)।

କଟକ-ଭୁବନେଶ୍ୱର ଆରଟିଓ ଓ ଟ୍ରାଫିକ ଡିସିପିଙ୍କୁ ଏ ନେଇ ରିପୋର୍ଟ ତଲବ କରାଯାଇଛି । ଅକ୍ଟୋବର ୧୪ ସୁଦ୍ଧା ଏନେଇ ଉତ୍ତର ରଖିବାକୁ ଓଏଚଆରସିଙ୍କ ତରଫରୁ ନିର୍ଦ୍ଦେଶ ଦିଆଯାଇଛି। ବିନା କାଗଜପତ୍ର ଥିବା ଗାଡି ଚାଳକ ଯଦି ଏହି ୩ମାସ ମଧ୍ୟରେ ଦୁର୍ଘଟଣା କରନ୍ତି ତେବେ ଏଥିପାଇଁ କିଏ ଦାୟୀ ରହିବ ବୋଲି ପ୍ରଶ୍ନ କରିଛନ୍ତି ମାନବାଧିକାର କମିଶନ। ଏହା ବାଦ ଟ୍ରାଫିକ ନିୟମ କୋହଳ ସମ୍ପର୍କିତ ଅସୁବିଧାକୁ ନେଇ ଓଏଚଆରସି କଟକ-ଭୁବନେଶ୍ୱର ଆରଟିଓ ଓ ଟ୍ରାଫିକ ଡିସିପିଙ୍କୁ ୬ଟି ପ୍ରଶ୍ନ ପଚାରିଛି।