ଓଏଫ୍ଏସଙ୍କୁ ବାଧ୍ୟତା ମୂଳକ ଅବସର

ଆଠଗଡ଼,ଏନ୍ଏନ୍ଏସ୍: ଓଏଫ୍ଏସ୍ ସୁଧାଶୁଂ ଶେଖର ମିଶ୍ରଙ୍କୁ ବାଧ୍ୟତା ମୂଳକ ଚାକରିରୁ ଅବସର ଦିଆଯାଇଛି। ସୂଚନା ଅନୁସାରେ ୨୦୧୬ରେ ସୁଧାଶୁଂ ଶେଖର ମିଶ୍ର ଆଠଗଡ଼ର ଡିଏଫ୍ଓ ଥିଲେ। ତେବେ ତାଙ୍କ ନାମରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କ ଘରେ ଚଢ଼ଉ କରିଥିଲା। ଏଥିରେ ତାଙ୍କ ନିକଟରୁ ନଗଦ ୧କୋଟିରୁ ଊଦ୍ଧ୍ୱର୍ ଟଙ୍କା ଜବତ କରିବା ସହ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ନାମରେ ୧କେଟି ୬ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କାର ସମ୍ପତ୍ତି ଥିବା ଜଣାଯାଇଛି।

ସେହିପରି ତାଙ୍କର ୩.୪୬କୋଟି ଟଙ୍କାର ଫିକ୍ସ ଡିପୋଜିଟ ଥିବା ଜଣାପଡ଼ିଥିଲା। ଏହିପରି ମୋଟ ତାଙ୍କ ନିକଟରେ ୫.୫କୋଟି ଟଙ୍କା ଥିବା ଜଣାପଡ଼ିଥିଲା। ଏ ନେଇ ତାଙ୍କୁ ଗିରଫ କରାଯିବା ସହ ଚାକିରିରୁ ନିଲମ୍ବିତ କରାଯାଇଥିଲା। ଏ ନେଇ ତାଙ୍କ ବିରୋଧରେ କଡ଼ା ପଦକ୍ଷେପ ନିଆଯାଇ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।