ଯୁବ ଓଏଫଏସ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ନୂଆ ଟ୍ୱିଷ୍ଟ

  • ପାରଳାଖେମୁଣ୍ଡି: ଯୁବ ଓଏଫଏସ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ନୂଆ ମୋଡ଼ ଆସିିଛି। ଏହି ଘଟଣାରେ ଆଜି ବି ପୁଲିସ ପତ୍ନୀ ବିଦ୍ୟାଭାରତୀଙ୍କୁ ଜେରା କରିଥିଲା। ଏଥିସହ କିଛି ଦସ୍ତାବିଜ ମଧ୍ୟ ନେଇଥିବା ଜଣାପଡ଼ିଛି। ଜେରା ସମୟରେ ପତ୍ନୀ ବିଦ୍ୟାଭାରତୀ କହିଲେ ସ୍ୱାମୀଙ୍କର ପରକୀୟା ସମ୍ପର୍କ ଥିଲା। କିନ୍ତୁ ଜ୍ୱାଇଁ ଦେବତା ଭଳି ଥିଲେ ବୋଲି ବୟାନ ଦେଇଛନ୍ତି ଶ୍ୱଶୁର। ସପ୍ତାହେ ପରେ ବି ମୃତ୍ୟୁ ପଛର କାରଣ ରହସ୍ୟ ହୋଇରହିଛି। ଦୁଇଦିନ ଧରି ବିଦ୍ୟାଭାରତୀ, ଓ ତାଙ୍କ ବାପା-ମା’ଙ୍କୁ ପଚରାଉଚରା କଲା ପୁଲିସ। ଏପର୍ଯ୍ୟନ୍ତ ଘଟଣା ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।