ଆଜିଠୁ ଯୁକ୍ତ ଦୁଇ ଅଫଲାଇନ ମୂଲ୍ୟାୟନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜିଠୁ ଯୁକ୍ତ ଦୁଇ ଅଫଲାଇନ ମୂଲ୍ୟାୟନ ହେବ। ରାଜ୍ୟର ୬୬ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ହେବ। କଳା, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷାର ଖାତା ଦେଖା ହେବ। ଏହା ପୂର୍ବରୁ ଜୁନ ପହିଲାରୁ ଅନ୍‌ଲାଇନ ଖାତା ଦେଖା ଜାରି ରହିଛି। ୧୧ ହଜାର ଅଧ୍ୟାପକ ଖାତାଦେଖା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ତେବେ ଆଜିଠୁ ସ୍କୁଲରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ।

ତେବେ ଦେଶରେ କରୋନା ସଙ୍କଟ କାରଣରୁ ସଂକ୍ରମଣ ବ୍ୟାପିବା ଭୟରେ ମୂଲ୍ୟାୟନ ବନ୍ଦ ଥିଲା। ଯାହାକି ଆଜିଠୁ ଆରମ୍ଭ ହେବାକୁ ଯାଉଛି। ତେବେ ମୂଲ୍ୟାୟନ କେନ୍ଦ୍ର ଗୁଡ଼ିକରେ ମାସ୍କ ଓ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ କରାଯାଇଛି।