ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ଠାରୁ ଲକଡାଉନ ନିୟମରେ କୋହଳ ହେବା ପରେ, ବିଭାଗରେ କାର୍ୟ୍ୟରତ ସମସ୍ତ ‘ଏ’ ଗ୍ରେଡ୍ ଅଫିସର ଅଫିସ୍ ଆସିବେ, ବୋର୍ଡ ଅଫ ରେଭିନ୍ୟୁ ଓ ସବ୍ରେଜିଷ୍ଟରର ଅଫିସ ପାଇଁ ନିର୍ଦେଶ ଥିବା ନେଇ ଜଣାପଡିଛି। ଏହା ସହ କୋରୋନା ରୋଗୀ ଚିହ୍ନଟ ହୋଇଥିବା ଜିଲ୍ଲାରେ ୩୩% କର୍ମଚାରୀ ଅଫିସ ଆସିବେ ବୋଲି ସୂଚନା ଦିଆଯାଇଛି।
ରାଜ୍ୟ ସରକାରଙ୍କର ରାଜସ୍ୱ ଓ ପ୍ରାକୃତିକ ବିପର୍ୟ୍ୟୟ ପରିଚାଳନା ବିଭାଗର ଗୁରୁତ୍ୱପୂର୍ଣ୍ଣ ନିର୍ଦେଶନାମା ଅନୁସାରେ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଥିବା ଜିଲ୍ଲା ମାନଙ୍କରେ ‘ବି’, ‘ସି’ ଓ ‘ଡ଼ି’ ଗ୍ରୁପର ୩୩% କର୍ମଚାରୀ ଅଫିସ୍ ଆସିବେ ଏବଂ ଯେଉଁ ଜିଲ୍ଲା ମାନଙ୍କରେ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହୋଇ ନାହାଁନ୍ତି ସେଠାରେ ୧୦୦ ପ୍ରତିଶତ କର୍ମଚାରୀ କାର୍ଯ୍ୟରେ ଯୋଗଦେବେ। ସବୁ ଜିଲ୍ଲାରେ ସମସ୍ତ କର୍ମଚାରୀ ଅଫିସ୍ ଆସିବେ, ଆରଡିସି, ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ତହସିଲ ଅଫିସ ସମ୍ପୂର୍ଣ୍ଣ ରୂପରେ କାର୍ୟ୍ୟକ୍ଷମ ହେବା ସହ ସହ ଜିଲ୍ଲା ବା ସବ୍ରେଜିଷ୍ଟର ଅଫିସ୍ରୁ କାମ କରିବେ ଷ୍ଟାମ୍ପ ଭେଣ୍ଡର।