ସ୍ୱାଧୀନତା ଦିବସ ଯାଏ ସଙ୍ଗରୋଧରେ ରହିବେ ସାମିଲ ହେବାକୁ ଥିବା ଅଧିକାରୀ

ନୂଆଦିଲ୍ଲୀ,ଏଜେନ୍ସି: କରୋନା ସ୍ଥିତିକୁ ନଜରରେ ରଖି ସ୍ୱାଧୀନତା ଦିବସ ପାଳନ ପାଇଁ ସରକାରଙ୍କ ପକ୍ଷରୁ ସତର୍କତା ଅବଲମ୍ବନ ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ପ୍ରଧାନମନ୍ତ୍ରୀ ତଥା ସମସ୍ତ ଉଚ୍ଚପଦସ୍ଥ ଲୋକଙ୍କ ସୁରକ୍ଷାକୁ ନଜରରେ ରଖି ସ୍ୱାଧୀନତା ଦିବସରେ ସାମିଲ ହେବାକୁ ଥିବା ସମସ୍ତ ଅଧିକାରୀ ତଥା କର୍ମଚାରୀମାନଙ୍କୁ ଅଗଷ୍ଟ ୧୫ ଯାଏ ସଙ୍ଗରୋଧରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନା ଅନୁଯାୟୀ ଭାରତୀୟ ସ୍ଥଳସେନା, ନୌସେନା, ବାୟୁସେନା ଏବଂ ଦିଲ୍ଲୀ ପୁଲିସର ଯେଉଁ ଅଧିକାରୀମାନେ ସ୍ୱାଧୀନତା ଦିବସରେ ସାମିଲ ହେବେ ସେମାନଙ୍କ ଡ୍ରାଇଭର, ରୋଷେୟା, ପରେଡ୍ ଶିକ୍ଷକଙ୍କୁ ମଧ୍ୟ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପରିକି ପରେଡ୍ ଅଭ୍ୟାସ କରୁଥିବା ଦିଲ୍ଲୀ ପୁଲିସରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ମଧ୍ୟ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାଛଡ଼ା ଅଗଷ୍ଟ ୧୫ ପରେଡରେ ସାମିଲ ହେବାକୁଥିବା ସମସ୍ତ ବିଭାଗର ଯାନବାହନଗୁଡ଼ିକୁ ସାନିଟାଇଜ୍ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି।