ଭୁବନେଶ୍ୱର,ଏନ୍ଏନ୍ଏସ୍: ଆନ୍ଧ୍ର ପ୍ରଦେଶର କାକିନାଡାରେ ଚାଲିଥିବା ଦ୍ୱାଦଶ ହକି ଇଣ୍ଡିଆ ଜାତୀୟ ଜୁନିୟର୍ ମହିଳା ଚାମ୍ପିଅନ୍ଶିପ୍ରେ ସୋମବାର ହକି ଆସୋସିଏସନ୍ ଅଫ୍ ଓଡ଼ିଶା ତା’ର କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ଏହି ଦଳ ପୁଲ୍-ବି’ର ଅନ୍ୟତମ ଟିମ୍ ଦିଲ୍ଲୀ ହକିକୁ ୩-୧ରେ ପରାସ୍ତ କରିଛି। ମ୍ୟାଚ୍ରେ ଓଡ଼ିଶା ପକ୍ଷରୁ ସୁନୀତା ଖାତା ଡବଲ୍ ଗୋଲ୍ ଦେଇଥିବା ବେଳେ ଅନ୍ୟ ଗୋଲ୍ଟି ମୁନ୍ମୁନୀ ଦେବୀ ସ୍କୋର୍ କରିଥିଲେ।
ତୃତୀୟ ମିନିଟ୍ରେ ଦିଲ୍ଲୀ ପକ୍ଷରୁ ଦିବ୍ୟା ଗୋଲ୍ ଦେଇ ୧-୦ରେ ଦଳକୁ ଆଗୁଆ କରାଇଥିଲେ ହେଁ ଅଷ୍ଟମ ମିନିଟ୍ରେ ମୁନ୍ମୁନୀ ସ୍ଥିତିକୁ ବରାବର କରିଦେଇଥିଲେ। ଏହାପରେ ଏକାଦଶ ମିନିଟ୍ରେ ସୁନୀତା ତାଙ୍କର ପ୍ରଥମ ଗୋଲ୍ ଦେଇ ଓଡ଼ିଶାର ଅଗ୍ରଣୀକୁ ଦ୍ୱିଗୁଣିତ କରିଥିଲେ। ପରେ ସପ୍ତଦଶ ମିନିଟ୍ରେ ସୁନୀତା ଦଳ ପାଇଁ ତୃତୀୟ ଗୋଲ୍ ମଧ୍ୟ ସ୍କୋର୍ କରିଥିଲେ। ପୂର୍ବରୁ ଓଡ଼ିଶା ତା’ର ପ୍ରଥମ ମ୍ୟାଚ୍ରେ କେରଳ ହକିକୁ ୭-୦ରେ ପରାସ୍ତ କରିଥିଲା। ଏଥିସହ ଦଳ ପୁଲ୍-ଇ’ରେ ୬ ପଏଣ୍ଟ୍ ସହ ଶୀର୍ଷରେ ରହି କ୍ୱାର୍ଟର୍ ଫାଇନାଲ୍ ଖେଳିବା ସକାଶେ ଯୋଗ୍ୟତା ପାଇଛି।