ଓଡି଼ଶାର ରୋଶନ ଜେନା ଏସଏସସି ଟପ୍ପର

ଭୁବନେଶ୍ୱର,ଏନ୍ଏନ୍ଏସ୍: ଏସଏସସିର ଆସିଷ୍ଟାଣ୍ଟ ଅଡିଟ ଅଫିସର ପରିକ୍ଷାରେ ୧୩ ଲକ୍ଷ ପରିକ୍ଷାର୍ଥୀଙ୍କୁ ପଛରେ ପକାଇ ସର୍ବଭାରତୀୟ ସ୍ତରରେ ଟପ୍ପର ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଜଟଣିର ରୋଶନ ଜେନା। ରୋଶନ କହିଛନ୍ତି ମନରେ ବିଶ୍ୱାସ ଆଉ କର୍ତ୍ତବ୍ୟ ପ୍ରତି ନିଷ୍ଠା ରହିଲେ ସଫଳତା ନିଶ୍ଚୟ ମିଳିବ। ତେବେ ସେ ଭବିଷ୍ୟତରେ ଜଣେ ଭାରତୀୟ ପ୍ରସାଶନିକ ସେବା ଅଧିକାରି ହେବାକୁ ଲକ୍ଷ୍ୟ ରଖିଛନ୍ତି।

ଆସିଷ୍ଟାଂଟ ଅଡିଟ ଅଫିସର ପରୀକ୍ଷାରେ ଟପ୍ପର ରୋଶନ ଜେନା, ଜଟଣୀ ରେଳବାଇ କଲୋନୀର ଭୀମସେନ ଓ ସବିତା ଜେନାଙ୍କ ବଡ ପୁଅ। ରେଜଲ୍ଟ ପ୍ରକାଶ ପାଈଳିବା ପରେ ରୋଶନଙ୍କୁ ପାଖକୁ ଶୁଭେଚ୍ଛା ଓ ପ୍ରଶଂସାର ସୁଅ ଛୁଟିଛି।