ନୂଆଦିଲ୍ଲୀ,ଏଜେନ୍ସି: ଭାରତ କ୍ରୀଡା ଜଗତର ସର୍ବୋଚ୍ଚ ସମ୍ମାନ ଧ୍ୟାନଚାନ୍ଦ ଖେଳରତ୍ନ ପାଇବେ ଓଡିଶାର ପ୍ରମୋଦ ଭଗତ। ଟୋକିଓ ପାରାଅଲମ୍ପିକରେ ସୁନା ପଦକ ଜିତିଥିବା ପ୍ରମୋଦଙ୍କୁ ଖେଳରତ୍ନ ଦେବା ପାଇଁ କମିଟି ପୂର୍ବରୁ ସୁପାରିଶ କରିଥିଲା। ଖେଳରତ୍ନ ପାଇବାରେ ସେ ପ୍ରଥମ ଓଡିଶା। ମୋଟ ୧୨ ଜଣ ଖେଳରତ୍ନ ପାଇବା ନେଇ ଜଣାପଡିଛି।
ପୂର୍ବରୁ ଖେଳରତ୍ନ ଏବଂ ଅର୍ଜୁନ ପୁରସ୍କାର ପାଇଁ ଉଲ୍ଲେଖନୀୟ କ୍ରୀଡାବିତଙ୍କ ନାମ ସୁପାରିଶ କରିଥିଲା ଜାତୀୟ କ୍ରୀଡା ପୁରସ୍କାର କମିଟି। ଓଡିଶାର ବ୍ୟାଡ୍ମିଣ୍ଟନ ଖେଳାଳି ତଥା ପାରାଅଲିମ୍ପିକ ଗୋଲ୍ଡ ବିଜେତା ପ୍ରମୋଦ ଭଗତଙ୍କ ନାମକୁ ମଧ୍ୟ ଖେଳରତ୍ନ ପାଇଁ ସୁପାରିଶ କରାଯାଇଥିଲା। ସୁନୀଲ ଛେତ୍ରୀ, ମିତାଲି ରାଜ, ନୀରଜ ଚୋପ୍ରାଙ୍କୁ ମଧ୍ୟ ଖେଳରତ୍ନ ଦିଆଯିବା ନେଇ ଜଣାପଡିଛି। ନ୍ୟାଶନାଲ୍ ସ୍ପୋର୍ଟସ୍ ଆୱାର୍ଡ କମିଟି ଖେଳରତ୍ନ ପାଇଁ ମୋଟ ୧୧ ଜଣଙ୍କ ନାମ ସୁପାରିଶ କରିଥିବା ବେଳେ ୩୫ କ୍ରୀଡାବିତ୍ଙ୍କୁ ଅର୍ଜୁନ ପୁରସ୍କାର ଦେବା ପାଇଁ ସୁପାରିଶ କରାଯାଇଥିଲା।