ଆଜି ଉଦଘାଟିତ ହେବ ମହାନଦୀ ଉପରେ ନିର୍ମିତ ରାଜ୍ୟର ଦୀର୍ଘତମ ସେତୁ

ଭୁବନେଶ୍ବର,ଏନ୍ଏନ୍ଏସ୍: ଆଜି ଉଦଘାଟିତ ହେବ ରାଜ୍ୟର ଦୀର୍ଘତମ ସେତୁ ସିଂହନାଥ ସେତୁ। ମହାନଦୀ ଉପରେ ନିର୍ମିତ ଏହି ସେତୁକୁ ଆଜି ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ସେତୁଟି ବଡମ୍ବା-ଗୋପୀନାଥପୁରରୁ ସିଂହନାଥ ପୀଠ ଦେଇ ବାଙ୍କୀ ବୈଦେଶ୍ବରକୁ ସଂଯୋଗ କରୁଛି। ୧୧୧କୋଟି ଟଙ୍କାରେ ଏହି ସେତୁ ନିର୍ମିତ ହୋଇଥିବା ବେଳେ ଏହି ସେତୁର ଲମ୍ବ ୩.୪ କିଲୋମିଟର ରହିଛି। ସେତୁ ନିର୍ମାଣ ଫଳରେ ୪୫ କିଲୋମିଟର ଦୂରତ୍ବ କମିବା ସହ ଏଥିରେ ୫ଲକ୍ଷ ଲୋକ ଉପକୃତ ହେବା ସହ ଏହା ଭୁବନେଶ୍ବର, ପୁରୀ, ଖୋର୍ଦ୍ଧା, ନୟାଗଡ ସହ ଢୋଙ୍କାନାଳ, ଅନୁଗୋଳ ଓ ବୌଦ୍ଧ ଜିଲ୍ଲାକୁ ଯାତାୟତ ଆହୁରି ସୁଗମ ହୋଇପାରିବ।

ଗତ ୨୦୧୪ ଫେବୃଆରୀ ୨୮ ତାରିଖରେ ସେତୁ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଆଜି ବଡମ୍ବା ଗୋପୀନାଥପୁର ଗସ୍ତରେ ଆସି ରାଜ୍ୟରେ ଏହି ଦୀର୍ଘତମ ସେତୁକୁ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ଫଳରେ ବଡମ୍ବା ଓ ବାଙ୍କି ପୃଷ୍ଠାରେ ଯୋଡି ହେବ ବିକାଶର ଏକ ନୂଆ ଫର୍ଦ୍ଦ।