ୱିମେନ୍ସ ସିନିୟର ଟି-୨୦ : ଓଡ଼ିଶାର ଦ୍ୱିତୀୟ ବିଜୟ

ନାଗପୁର, ଏଜେନ୍ସି: ସିକ୍କିମକୁ ୬ ୱିକେଟରେ ହରାଇ ଓଡ଼ିଶା ଏଠାରେ ଚାଲିଥିବା ୱିମେନ୍ସ ସିନିୟର ଟି-୨୦ ଲିଗରେ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। କ୍ରମାଗତ ୫ଟି ମ୍ୟାଚ୍ ହାରିବା ପରେ ସୋମବାର ଓଡ଼ିଶା ୯ ୱିକେଟରେ ଜମ୍ମୁ-କଶ୍ମୀରକୁ ହରାଇ ପ୍ରଥମ ବିଜୟ ହାସଲ କରିଥିଲା।

ବିଦର୍ଭ କ୍ରିକେଟ ଆସୋସିଏସନ ଗ୍ରାଉଣ୍ଡରେ ମଙ୍ଗଳବାର ଖେଳାଯାଇଥିବା ଏହି ମ୍ୟାଚରେ ସିକ୍କିମ୍ ଦଳ ପ୍ରଥବେ ବ୍ୟାଟିଂ କରି ୧୫.୪ ଓଭରରେ ୪୦ ରନ୍ କରି ଅଲଆଉଟ ହୋଇଯାଇଥିଲା। ଦଳ ପକ୍ଷରୁ ଜଣେମାତ୍ର ଖେଳାଳି ଶୁଭି ପାଣ୍ଡେ ୧୨ ରନ୍ କରି ଡବଲ ଫିଗର ଛୁଇଁଥିଲେ। ଓଡ଼ିଶା ପକ୍ଷରୁ ଅଧିନାୟିକା ମଧୁସ୍ମିତା ବେହେରା ଓ ଇନ୍ଦ୍ରାଣି ଛତ୍ରିଆ ୩ଟି ଲେଖାଏ ୱିକେଟ ଅକ୍ତିଆର କରିଥିଲେ। ସୁଜାତା ମଲ୍ଲିକ ଓ ପ୍ରିୟଙ୍କା ପ୍ରିୟଦର୍ଶିନୀଙ୍କୁ ଗୋଟିଏ ଲେଖାଏ ୱିକେଟ ମିଳିଥିଲା।

ଜବାବରେ ଓଡ଼ିଶା ଏହି ଲକ୍ଷ୍ୟରେ ପହଞ୍ôଚବାକୁ ୧୧.୪ ଓଭରରେ ୪ଟି ୱିକେଟ ହରାଇଦେଇଥିଲା। ଦଳ ପକ୍ଷରୁ ପ୍ରଜ୍ଞା ମହାନ୍ତି ୧୦ ରନରେ ଅପରାଜିତ ରହିଥିଲାବେଳେ ସୁନୀତା ମୁର୍ମୁ ସର୍ବାଧିକ ୧୩ ରନ୍ କରିଥିଲେ। ଓପନର ମାଧୁରୀ ମେହେଟା ୧, ମଧୁସ୍ମିତା ୫ ଓ ସରିତା ମେହେର ୧ ରନର ଯୋଗଦାନ ଦେଇଥିଲେ। ପ୍ରତିପକ୍ଷ ସିକ୍କିମ ଦଳର ପ୍ରଣୀତା ଛେତ୍ରୀ ଓ ଅନନ୍ୟା ଉପେନ୍ଦ୍ରନଙ୍କୁ ୨ଟି ଲେଖାଏ ୱିକେଟ ମିଳିଥିଲା। ଓଡ଼ିଶା ତାହାର ଶେଷ ଲିଗ୍ ମ୍ୟାଚ୍ ବିଦର୍ଭ ସହ ଗୁରୁବାର ଖେଳିବ।