ଅଲ୍ ଇଣ୍ଡିଆ-ସାଉଥ୍ ଏସିଆ ରଗବୀରେ ଓଡ଼ିଶା ମହିଳା ଚାମ୍ପିଅନ୍

ଭୁବନେଶ୍ୱର,ଏନ୍ଏନ୍ଏସ୍: କୋଲକାତାରେ ଶେଷ ହୋଇଥିବା ୮୬ତମ ଅଲ୍ ଇଣ୍ଡିଆ ଏଣ୍ଡ୍ ସାଉଥ୍ ଏସିଆ ରଗବୀ ଚାମ୍ପିଅନଶିପରେ ଓଡ଼ିଶା ମହିଳା ଦଳ ଚାମ୍ପିଅନ୍ ହୋଇଛି। ଲିଗ୍ ପର୍ଯ୍ୟାୟରେ ଏହି ଦଳ ପଶ୍ଚିମବଙ୍ଗର ଜଙ୍ଗଲ କ୍ରୋଜ୍ କୁ ୧୫-୦ରେ ପରାସ୍ତ କରି ସେମିଫାଇନାଲ୍ରେ ପ୍ରବେଶ କରିଥିଲା। ଏହାପରେ ଦଳ ସେମିଫାଇନାଲରେ ସିସିଏଫସି ଦଳକୁ ୧୭-୭ରେ ହରାଇ ଫାଇନାଲ୍କୁ ଉନ୍ନୀତ ହୋଇଥିଲା।

ଶୁକ୍ରବାର ଖେଳାଯାଇଥିବା ଫାଇନାଲରେ ଦଳର ମୁକାବିଲା ଦିଲ୍ଲୀ ହରିକେନ୍ସ ସହ ହୋଇଥିଲା। ଏହି ଟାଇଟଲ୍ ମୁକାବିଲାରେ ମଧ୍ୟ ଓଡ଼ିଶା ମହିଳା ଦଳ ତା’ର ବିଜୟ ଧାରା ଜାରି ରଖି ଚାମ୍ପିଅନ୍ ହୋଇଛି। ଦଳ ଫାଇନାଲ୍ ମ୍ୟାଚ୍ କୁ ୫-୦ରେ ଜିତିନେଇଛି। ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ଓଡ଼ିଶା ଦଳରେ ୨୩ ଜଣ ଖେଳାଳି ରହିଥିବା ବେଳେ କୋଚ୍ ଭାବେ ମାନସ କୁମାର ଜେନା ରହିଥିଲେ।