ଅମ୍ଳଜାନ ଗାଡ଼ି ପାଇଁ ଗ୍ରୀନ୍ କରିଡର

ଭୁବନେଶ୍ୱର, ଏନ୍ଏନ୍ଏସ୍: ମହାରାଷ୍ଟ୍ର, ଦିଲ୍ଲୀକୁ ଅମ୍ଳଜାନ ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଛନ୍ତି। ତେଣୁ ରାଜ୍ୟ ତଥା ରାଜ୍ୟ ବାହାରକୁ ଅମ୍ଳଜାନ ନେଇ ଯାଉଥିବା ଗାଡ଼ିଗୁଡ଼ିକର ଯାତାୟାତରେ ଯେମିତି କିଛି ଅସୁବିଧା ନ ଉପୁଯେ ସେ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ସ୍ୱତନ୍ତ୍ର ସେଲ୍ ଗଠନ କରାଯାଇଛି। ଆଇନ ଶୃଙ୍ଖଳା ଅତିରିକ୍ତ ଡିଜି ୱାଇ୍ କେ ଜେଠୱା ଏହାର ନୋଡାଲ୍ ଅଫିସର ରହିବେ। ଅମ୍ଳଜାନ ନେଇ ଯାଉଥିବା ଗାଡ଼ିଗୁଡ଼ିକ ଯାତାୟାତ ପାଇଁ ଯେପରି କୌଣସି ସମସ୍ୟା ସୃଷ୍ଟି ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ସବୁ ଜିଲ୍ଲାର ଏସପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏଡିଜି। ଅମ୍ଳଜାନ ଗାଡ଼ିଗୁଡ଼ିକର ଯାତାୟାତ ପାଇଁ ସ୍ୱତନ୍ତ୍ର ଗ୍ରୀନ୍ କରିଡର ଗଠନ କରିବାକୁ କୁହାଯାଇଛି।