ନୂଆଦିଲ୍ଲୀରୁ ଓଡ଼ିଶା ଗସ୍ତରେ ୮ବର୍ଷୀୟା ପରିବେଶବିତ୍

ଗଜପତି ଭୂ-ସ୍ଖଳନ ପିଡିତଙ୍କୁ ଭେଟିଲେ

ଭୁବନେଶ୍ୱର,ଏନ୍ଏନ୍ଏସ୍: ‘ପ୍ରିୟ ନେତାଗଣ, ବର୍ତ୍ତମାନ ଜଳବାୟୁର ଜରୁରୀକାଳୀନ ପରିସ୍ଥିତି ଚାଲିଛି’ ବୋଲି ଏକ ବ୍ୟାନର ଧରି ଗଜପତି ଜିଲ୍ଲା କଡକାଲୋକୋଟ ପଞ୍ଚାୟତ ଗୁମ୍ମାର ଭୂ-ସ୍ଖଳନ ପିଡିତଙ୍କୁ ଭେଟିଛନ୍ତି ଜଣେ ଆଠବର୍ଷୀୟା ପରିବେଶବିତ୍ ଲିସିପ୍ରିୟା କଙ୍ଗୁଜାମ। ଦିଲ୍ଲୀରୁ ଓଡ଼ିଶା ଆସିଥିବା ଏହି କୁନି ପରିବେଶବିତ୍ ଜଣକ ତିନି କୋଲମିଟର ପାହାଡି ରାସ୍ତାକୁ ପାଦରେ ଅତିକ୍ରମ କରି ଭୂ-ସ୍ଖଳନ ପିଡିତଙ୍କୁ ଭେଟିଛନ୍ତି। ଏଥିସହ ସେ ଗଜପତି ଜିଲ୍ଲାପାଳ ଅନୁପନ ସାହୁଙ୍କୁ ମଧ୍ୟ ଭେଟିଛନ୍ତି।

ବିଶ୍ୱ ନେତାଙ୍କୁ ମୁଁ ଜଣେଇଦେବାକୁ ଚାହୁଁଛି ଯେ, ବର୍ତ୍ତମାନ ଜଳବାୟୁର ଜରୁରୀକାଳୀନ ପରିସ୍ଥିତି ଚାଲିଛି। ଏହାଫଳରେ ଜୀବଜନ୍ତୁମାନେ ମୃତ୍ୟୁମୁଖରେ ପଡୁଛନ୍ତି। ମଣିଷମାନେ ବାସଶୂନ୍ୟ ହୋଇପଡୁଛନ୍ତି। ଏହା ଜଳବାୟୁ ପରିବର୍ତ୍ତନର ପ୍ରଭାବ ବୋଲି କହିଛନ୍ତି ପରିବେଶବିତ୍ ଲିସିପ୍ରିୟା କଙ୍ଗୁଜାମ। ଯୁଗ ଆଗକୁ ବଢୁଛି, ଆଧୁନିକ ଟେକ୍ନୋଲୋଜି ହେଉଛି। ତଥାପି ମଧ୍ୟ ଅଗୁଆ ସୂଚନା ଏବଂ ସଚେତନତା ଅଭାବରୁ ଭୂ-ସ୍ଖଳନ, ଭୂ-କମ୍ପ, ଝଡ ଓ ବାତ୍ୟା ଭଳି ଦୈବୀ ଦୁର୍ବିପାକରେ ମନୁଷ୍ୟସମାଜ ପିଡିତ ହେଉଛନ୍ତି।

ଗତ ଗୁରୁବାର ଦିନ ଗଜପତି ଜିଲ୍ଲା କଡକାଲୋକୋଟ ପଞ୍ଚାୟତ ଗୁମ୍ମାର ଭୂ-ସ୍ଖଳନରେ ୨୦ଟି ଘର ନଷ୍ଟ ହୋଇଯାଇଛି। ଅଧିକ ବର୍ଷା ଯୋଗୁଁ ଭୂ-ସ୍ଖଳନ ହୋଇଥିଲା। ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଦକ୍ଷିଣ ଏବଂ ଉପକୂଳବର୍ତ୍ତୀ ଓଡ଼ିଶାରେ ସୂଚନା ଜାରି କରାଯାଇଥିଲା। ଲିସିପ୍ରିୟା ଭୂ-ସ୍ଖଳନ ପିଡିତଙ୍କୁ ଭେଟି ରିଲିଫ୍ ରିଲିଫ୍ ପ୍ରଦାନ କରିଥିଲେ।

ଆଗାମୀ ୩୦ତାରଖରେ ଲିସିପ୍ରିୟା ଶିମିଳିପାଳ ଜାତୀୟ ଉଦ୍ୟାନ ବୁଲିଯିବାର କାର୍ଯ୍ୟକ୍ରମ ରହିଛି। ଆମେମାନେ ବହୁତ ଖୁସି କି ଏତେ ବାଟରୁ ଗୋଟେ ଛୋଟ ଝିଅ ଆସି ଆମ ଦୁଃଖ ଶୁଣିଲା। ସେ ଆମକୁ ଖାଦ୍ୟ ଏବଂ ପରିଧାନ ବାଣ୍ଟିଛି, ଗଛ ନ କାଟିବା ନେଇ ଶିଖେଇଛି ଏବଂ ଜଳବାୟୁ ସହ କେମିତି ଚଳିବାକୁ ହେବ ସେନେଇ ବୁଝେଇଛି ବୋଲି ମତପ୍ରକାଶ କରିଛନ୍ତି ଜଣେ ସ୍ଥାନୀୟ ବାସିନ୍ଦା।

ସୂଚନାଯୋଗ୍ୟ, ଆଠବର୍ଷୀୟା ପରିବେଶବିତ୍ ଲିସିପ୍ରିୟା କଙ୍ଗୁଜାମ ଭୁବନେଶ୍ୱର କିଟ୍ ଇଣ୍ଟରନେସନାଲ ସ୍କୁଲରେ ଅଧ୍ୟୟନ କରୁଥିଲେ। ପରିବେଶକୁ ନେଇ ପ୍ରତି ସପ୍ତାହରେ ନୁଆଦିଲ୍ଲୀ ସ୍ଥିତ ପାର୍ଲାମେଣ୍ଟ ସାମ୍ନାରେ ଧାରଣା ଦେଉଥିବା ତାଙ୍କୁ ଏଠାରୁ ପାଠ ଛାଡିବାକୁ ପଡିଛି। ସେ ବିଶ୍ୱ ଶିଶୁ ଶାନ୍ତି ପୁରସ୍କାର-୨୦୧୯, ଭାରତ ଶାନ୍ତି ପୁରସ୍କାର-୨୦୧୯, ଏପିଜେ ଅବ୍ଦୁଲ କଲାମ ଶିଶୁ ପୁରସ୍କାର ପାଇଛନ୍ତି। ଓଡ଼ିଶାର ଏନେକ ସାମାଜିକକର୍ମୀ ତାଙ୍କୁ ସହଯୋଗ କରୁଥିବା ନେଇ କହିଛନ୍ତି ଏହି କୁନି ପରିବେଶବିତ୍ ଲିସିପ୍ରିୟା କଙ୍ଗୁଜାମ।