ଡିସେମ୍ବର ୧୮ରେ ହେବ ଶିକ୍ଷକ କ୍ଲଷ୍ଟର ଶିଳାନ୍ୟାସ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଅସନ୍ତା ଡେସମ୍ବର ୧୮ତାରିଖରେ ଶିକ୍ଷକ କ୍ଲଷ୍ଟରର ଶିଳାନ୍ୟାସ କରାଯିବ। କ୍ଲଷ୍ଟରରେ ଶିକ୍ଷକ ରହି ସ୍ଥାନୀୟ ଅଞ୍ଚଳର ପିଲାଙ୍କୁ ପାଠ ପଢ଼ାଇବେ। ପୂର୍ବରୁ ସ୍କୁଲକୁ ଯାତାୟାତରେ ଅସୁବିଧା ହେଉଥିବାରୁ ପିଲାଙ୍କର ପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଥିଲା। ତେବେ ସମ୍ପୃକ୍ତ ଅଞ୍ଚଳରେ ପିଲାମାନଙ୍କୁ ଶିକ୍ଷାଦାନ ଲାଗି ରାଜ୍ୟରେ ଗଣଶିକ୍ଷା ବିଭାଗ ପକ୍ଷରୁ ଏଭଳି ଅଭିନବ ପ୍ରୟାସ କରାଯାଇଥିବା ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ରବିବାର ସୂଚନା ଦେଇଛନ୍ତି।

ତେବେ ସ୍ୱାଭିମାନ ଅଂଚଳରେ ପ୍ରତିଷ୍ଠା ହେବ ଏହି ଶିକ୍ଷକ କ୍ଲଷ୍ଟର। ଏହା ଦ୍ଵାରା ୭ଟି ପଞ୍ଚାୟତ ର ସ୍କୁଲ ଉପକୃତ ହେବେ। ଏଠାରେ ପ୍ରଥମ ପର୍ୟ୍ୟାୟରେ ୧୫ଜଣ ଶିକ୍ଷକ ରହିବାର ସୁବିଧା କରାଯିବ। ଏଥିପାଇଁ ୮କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି।