ଆସନ୍ତା ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ଓଡ଼ିଶାରେ ୫ଜି ସେବା: ଆଇଟି ମନ୍ତ୍ରୀ

ଭୁବନେଶ୍ବର,ଏନ୍ଏନ୍ଏସ୍: ଆସନ୍ତା ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ଓଡ଼ିଶାରେ ୫ଜି ସେବା । ଆସନ୍ତା ବର୍ଷ ତଥା ୨୦୨୩ ଶେଷ ସୁଦ୍ଧା ଓଡ଼ିଶାରେ ମିଳିବ ୫ଜି ସେବା । ରାଜ୍ୟବାସୀଙ୍କୁ ଖୁବଶୀଘ୍ର ଏହି ସେବା ଯୋଗାଇ ଦିଆଯିବ ବୋଲି କହିଛନ୍ତି କେନ୍ଦ୍ର ରେଳ ଓ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୮ଟି ସହରରେ ଏହି ସେବା ଉପଲବ୍ଧ ହେବ ବୋଲି କହିଛନ୍ତି ଅଶ୍ବିନୀ ।

କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ବିନୀ କହିଛନ୍ତି, “୫ଜି ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ୮ ସହରରେ ଯୋଗାଇ ଦିଆଯିବ । ୨୦୨୩ ମାର୍ଚ୍ଚ ଶେଷ ସୁଦ୍ଧା ଏସବୁ ସହରରେ ୫ଜି ମୋବାଇଲ ସେବା ମିଳିବ । ୨୦୨୩ ଡିସେମ୍ବର ସୁଦ୍ଧା 5Gରେ କଭର ହେବ ରାଜ୍ୟର ୮୦ ପ୍ରତିଶତ ଅଞ୍ଚଳ ।” ପ୍ରଥମ ପର୍ଯ୍ୟାୟରେ ଦେଶର ୨୦୦ଟି ସହରରେ ଏହି ସେବା ଯୋଗାଇ ଦିଆଯାଉଥିବା ବେଳେ ଓଡ଼ିଶାର ୮ଟି ସହରକୁ ଏହା ସେବା ଉପଲବ୍ଧ ରହିବ । ବର୍ତ୍ତମାନ ସ୍ଥିତିରେ ଉକ୍ତ ସହର ଗୁଡ଼ିକର ନାମ କୁହାଯିବ ନାହିଁ ବୋଲି କହିଛନ୍ତି ଅଶ୍ବିନୀ ।