ଓଡ଼ିଶା ପ୍ରଫେସର ପ୍ରସ୍ତୁତ କଲେ ସ୍ୱତନ୍ତ୍ର ମାସ୍କ

  • ଭୁବନେଶ୍ୱର: ଦିଲ୍ଲୀ ବିଶ୍ୱବିଦ୍ୟାଳୟର କ୍ଲଷ୍ଟର ଇନୋଭେସନ ସେଣ୍ଟର ତଥା ସେଣ୍ଟର ଫର ହିମାଲୟାନ ଷ୍ଟଡିଜର ନିର୍ଦ୍ଦେଶକ ପ୍ରଫେସର ଦିନବନ୍ଧୁ ସାହୁ କରୋନା ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏକ ସ୍ୱତନ୍ତ୍ର ପ୍ରକାରର ମାସ୍କର ଡିଜାଇନ କରିଛନ୍ତି। ଏହି ମାସ୍କଗୁଡ଼ିକରେ ଆଞ୍ଚଳିକ ଭାଷାରେ କରୋନା ସମ୍ପର୍କିତ ସଚେତନତା, ମାସ୍କ ପିନ୍ଧିବାର ଉପଯୋଗିତା, ଟିକା ନେବାର ଉପକାରିତା ଆଦି ବାର୍ତ୍ତା ରହିଛି। ଏସବୁ ମାସ୍କକୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଉନ୍ମୋଚନ କରାଯାଇଛି। ଏହି ଡିଜାଇନକୁ ଅନୁସରଣ କରି ଅନ୍ୟ କେତେକ ସଂସ୍ଥା ମଧ୍ୟ ସମାନ ଧରଣର ମାସ୍କ ବ୍ୟବହାର କରିବା ଆରମ୍ଭ କରିଛନ୍ତି। ଏସବୁ ମାସ୍କ ପିନ୍ଧିବା ଦ୍ୱାରା ଲୋକଙ୍କୁ କରୋନା ଭୁତାଣୁ ସମ୍ପର୍କରେ ସଚେତନ କରିହେବ ବୋଲି ପ୍ରଫେସର ଶ୍ରୀ ସାହୁ କହିଛନ୍ତି। ପ୍ରଫେସର ସାହୁ ପୂର୍ବରୁ ବାଲେଶ୍ୱର ଏଫଏମ୍ ବିଶ୍ୱବିଦ୍ୟାଳୟର କୁଳପତି, ଭାରତ ସରକାରଙ୍କ ଆଇବିଏସଡିର ନିର୍ଦ୍ଦେଶକଭାବେ କାର୍ଯ୍ୟ କରିଛନ୍ତି।