ଓଡ଼ିଶା ପୁଲିସର ସ୍ୱତନ୍ତ୍ର କୋଭିଡ ଡ୍ରାଇଭ, ୧୦ ଦିନରେ ୩ କୋଟିର ଜୋରିମାନା ଆଦାୟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଓଡ଼ିଶା ପୁଲିସ ପକ୍ଷରୁ ସ୍ୱତନ୍ତ୍ର କୋଭିଡ୍ ଡ୍ରାଇଭ ଆରମ୍ଭ କରାଯାଇଥିଲା। ପୁଲିସ ପକ୍ଷରୁ କେତେକ ସ୍ଥାନରେ ରାସ୍ତା ବ୍ଲକ କରି ଯାଞ୍ଚ ମଧ୍ୟ କରାଯାଇଥିଲା। ୧୦ ଦିନିଆ ଏହି ସ୍ୱତନ୍ତ୍ର ଡ୍ରାଇଭ ଆଜି ଶେଷ ହୋଇଥିବା ବେଳେ ମୋଟ ଉପରେ ୨ କୋଟି ୮୫ ଲକ୍ଷ ୨୧ ହଜାର ୯୯୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି। ମୋଟ ଉପରେ ୧ ଲକ୍ଷ ୧ ହଜାର ୫୭ ଜଣଙ୍କ ଠାରୁ ଏହି ଜୋରିମାନା ରାଶି ଆଦାୟ କରାଯାଇଥିବା ଓଡ଼ିଶା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଆଜିଠୁ ସାରା ରାଜ୍ୟରେ ରାତ୍ରିକାଳୀନ କର୍ଫ୍ୟୁ ଜାରି ହୋଇଛି। ପୁଲିସ ପକ୍ଷରୁ ସବୁ ସ୍ଥାନରେ କଡା ଯାଞ୍ଚ ପାଇଁ ନିର୍ଦ୍ଦେଶ ରହିଛି। କେବଳ ଜରୁରୀକାଳୀନ ସେବାରେ ନିୟୋଜିତ ଥିବା ବ୍ୟକ୍ତିଙ୍କ ଛଡା ଅନ୍ୟ ସମସ୍ତଙ୍କ ପାଇଁ ରାତିରେ ଯାତାୟାତ ବାରଣ କରାଯାଇଛି।