ଚେନ୍ନାଇରେ ରେଳ ଦୁର୍ଘଟଣାରେ ଓଡ଼ିଆ ଶ୍ରମକଙ୍କ ମୃତ୍ୟୁ : ସହଯୋଗର ହାତ ବଢ଼ାଇଲା ଓଡ଼ିଶା ମୋ – ପରିବାର

ଭୁବନେଶ୍ୱର,ଏନ୍ଏନ୍ଏସ୍ : ଆଜି ମଧ୍ୟାହ୍ନ ୧୨ଟାରେ ମାନ୍ୟବର ବିଧାନସଭା ବାଚସ୍ପତି ତଥା ଦିଗପହଣ୍ଡି ବିଧାୟକ ଶ୍ରୀଯୁକ୍ତ ସୂର୍ଯ୍ୟ ନାରାୟଣ ପାତ୍ର ଓଡ଼ିଶା-ମୋ ପରିବାର ଆବାହକ ଶ୍ରୀ ଅରୁ ପଟ୍ଟନାୟକଙ୍କୁ ଜଣାଇଥିଲେ ଯେ,  ଚେନ୍ନାଇରେ ଗେଣ୍ଡି ରେଳ ଷ୍ଟେସନଠାରେ ଗଞ୍ଜାମ ଜିଲ୍ଲାର ସିଦ୍ଧଖଣ୍ଡି ଗ୍ରାମର ପର୍ଶୁ ଜେନା ନାମକ ଜଣେ ଓଡ଼ିଆ ଶ୍ରମିକଙ୍କ ରେଳ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି। ଶ୍ରୀ ଅରୁ ପଟ୍ଟନାୟକ କାଳବିଳମ୍ବ ନକରି ଏହି ଘଟଣାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ’ଙ୍କ ଅଫିସକୁ ଜାଣାଇଥିଲେ ଏବଂ ସେଠାରେ ତାଙ୍କ ଓ.ଏସ୍.ଡି ଡ.ଗୋପବନ୍ଧୁ ଦାଶ ଓଡ଼ିଶା ଶ୍ରମ ଆୟୁକ୍ତଙ୍କ ହିତ
ଯୋଗାଯୋଗ କରି ଏ ବିଷୟ ତାଙ୍କୁ ଜଣାଇଥିଲେ।

ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ପାତ୍ରଙ୍କ ନିର୍ଦ୍ଦେଶରେ ତାଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ ପୂର୍ଣ୍ଣଚନ୍ଦ୍ର ଦଳେଇ ମୃତକଙ୍କ ପରିବାର ସହିତ ଯୋଗାଯୋଗ କରିଥିଲେ ଏବଂ ତାଙ୍କର ପରିବାର ସଦସ୍ୟମାନେ ତାଙ୍କୁ ଜଣାଇଥିଲେ ଯେ, ସେମାନେ ମୃତକଙ୍କ ଶେଷକୃକ ଚେନ୍ନାଇ ଠାରେ ସମ୍ପନ୍ନ୍ନ କରିବା ପାଇଁ ଇଛାପ୍ରକାଶ କରୁଛନ୍ତି। ଓଡ଼ିଶା ଶ୍ରମ ଆୟୁକ୍ତଙ୍କ ପରାମର୍ଶଦାତା ଡ. ବି.ବି. ଆଚାର୍ଯ୍ୟଙ୍କ କହିବା ଅନୁଯାୟୀ, ସେମାନେ ଚେନ୍ନାଇର ଶ୍ରମ କର୍ଯ୍ୟାଳୟର ଅଧିକାରୀ ମାନଙ୍କ ସହିତ ଯୋଗାଯୋଗ କରିଥିଲେ ଏବଂ ସମସ୍ତ ପ୍ରକ୍ରିୟାକୁ ଯଥାଶୀଘ୍ର ସାରି ମୃତକଙ୍କ ପରିବାରକୁ ମରଶରୀରକୁ ହସ୍ତାନ୍ତର କଲେ ସେମାନେ ଶେଷକୃତ ସମ୍ପନ୍ନ୍ନ କରିବେ ବୋଲି ଅନୁରୋଧ କରିଥିଲେ। ଚେନ୍ନାଇ ଠାରେ ଅବସ୍ଥିତ ଉତ୍କଳ ଆସୋସିଏସନ୍ର ଡ.ବିରେନ ସାହୁ ଓ ପଞ୍ଚାନନ ଜେନା ଏହି ପ୍ରକ୍ରିୟା କିରି ଶୀଘ୍ର ସମ୍ପନ୍ନ ହୋଇ ମୃତକଙ୍କ ସଂପର୍କିୟ ଶ୍ରୀ ମହେନ୍ଦ୍ର ଜେନାଙ୍କୁ ମରଶରୀର ସୁରୁଖୁରରେ ହସ୍ତାନ୍ତର କରିବା ପାଇଁ ମାମ୍ବାଲାମ ରେଲ୍ୱେ ପୋଲିସ୍ ଷ୍ଟେସନ୍ର ଭାରପ୍ରାପ୍ତ ଅଧିକାରୀଙ୍କ ସହଯୋଗ ଲୋଡ଼ିଥିଲେ।

ପାଖାପାଖି ୩ଟା ୫୦ ମିନିଟରେ ମରଶରୀର ବ୍ୟବଚ୍ଛେଦ ପାଇଁ ପଠାହୋଇଥିଲା ଏବଂ ସଂଧ୍ୟା ୫ଟାରେ ମୃତକଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିଲା। ତା’ପରେ ସଂଧ୍ୟାରେ ଚେନ୍ନାଇଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ୍ନ ହୋଇଥିଲା। ମୃତକ ଶ୍ରୀ ପର୍ଶୁ ଜେନାଙ୍କ ପରିବାର ଲୋକ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ପାତ୍ର ଏବଂ ଓଡ଼ିଶା-ମୋ ପରିବାରର ଏହି ମହତ୍ କାର୍ଯ୍ୟପାଇଁ ଯଥାସାଧ୍ୟ ସହଯୋଗର ହାତ ବଢ଼ାଇଥିବାରୁ ଧନ୍ୟବାଦ ଜଣାଇବା ସହିତ କୃତଜ୍ଞତା ଜ୍ଞାପନ କରିଥିଲେ।