ଓଡ଼ିଶା ମୋ ପରିବାର: ଜୀବନ ବିନ୍ଦୁର ଜିଲ୍ଲା ସଂଯୋଜକ ଓ ସହ ସଂଯୋଜକ ନିଯୁକ୍ତି

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟର ବିଭିନ୍ନ ଜିଲ୍ଲାରେ ଓଡ଼ିଶା ମୋ ପରିବାର ପକ୍ଷରୁ ଜୀବନ ବିନ୍ଦୁର ଜିଲ୍ଲା ସଂଯୋଜକ ଓ ସହ ସଂଯୋଜକଙ୍କୁ ନିଯୁକ୍ତି କରାଯାଇଛି। ଅନୁଗୁଳ ଜିଲ୍ଲାରେ ଶକ୍ତି ପଟ୍ଟନାୟକଙ୍କୁ ସଂଯୋଜକ ଭାବେ ନିଯୁକ୍ତ କରାଯାଇଥିବା ବେଳେ ପ୍ରୀୟଦର୍ଶି ପଟ୍ଟନାୟକଙ୍କୁ ସହ ସଂଯୋଜକ ଭାବେ ଆଜି ନିଯୁକ୍ତି ଦିଆଯାଇଛି। ସେହିପରି ବଲାଙ୍ଗିରରେ ସଂଯୋଜକ ଭାବେ ସାଗର ସଂଗ୍ରାମ ଶତପଥୀ ଏବଂ ସହ ସଂଯୋଜକ ଭାବେ ପ୍ରଭୁଦତ୍ତ ମିଶ୍ର, ବାଲେଶ୍ୱରରେ ସଂଯୋଜକ ଭାବେ ଆଶିଷ ଘୋଷ, ସହ ସଂଯୋଜକ ଭାବେ ଶିରୁଲ ହକ୍, ବରଗଡ଼ରେ ସଂଯୋଜକ ଭାବେ ଗୌରହରି ମିଶ୍ରଙ୍କୁ ନିଯୁକ୍ତି ମିଳିଛି।
ସେହିପରି ଭଦ୍ରକରେ ଇନଚାର୍ଜ ଭାବେ ବିଧାୟକ ସଞ୍ଜୀବ ମଲ୍ଲିକଙ୍କୁ ଦାୟିତ୍ୱ ଦିଆଯାଇଛି। ଭୁବନେଶ୍ୱରରେ ଏକାମ୍ର ଲାଗି ସଂଯୋଜକ ଭାବେ ଅଶ୍ୱିନୀ ସୁନ୍ଦରାୟ, ଉତ୍ତର ଲାଗି ପ୍ରକାଶ ତ୍ରିପାଠୀ, ସେଣ୍ଟ୍ରାଲ ପାଇଁ ନବକିଶୋର ବେହେରାଙ୍କୁ ସଂଯୋଜକ ଭାବେ ଦାୟିତ୍ୱ ମିଳିଛି। ବୌଦ୍ଧରେ ସଂଯୋଜକ ଭାବେ ମୃତ୍ୟୁଞ୍ଜୟ ମିଶ୍ର, କଟକରେ ସଂଯୋଜକ ଭାବେ ପ୍ରଭାତ ରଞ୍ଜନ ବିଶ୍ୱାଳ, ରଞ୍ଜନ ବିଶ୍ୱାଳଙ୍କୁ ଦାୟିତ୍ୱ ମିଳିଛି। ଦେବଗଡ଼ରେ ଆର୍ ଆର୍ ବିଶ୍ୱାଳଙ୍କୁ ସଂଯୋଜକ ଭାବେ, ଢେଙ୍କାନାଳରେ ସଂଯୋଜକ ଭାବେ ସୁରଜ ମିଶ୍ର, ଗଜପତିରେ ସୁବାସ ମହାରଣାଙ୍କୁ ସଂଯୋଜକ, ନିର୍ମଳ ସାହୁଙ୍କୁ ସହ ସଂଯୋଜକ, ଜଗତସିଂହପୁରରେ ମଧୁସୂଦନ ସାହୁଙ୍କୁ ସଂଯୋଜକ, ଯାଜପୁରେ ସଂଯୋଜକ ଭାବେ ବିମଳ ଚନ୍ଦ୍ର ଦାଶ, ଝାରସୁଗୁଡ଼ାରେ ସଂଯୋଜକ ଭାବେ ତ୍ରିନାଥ ଗୋଲ, କଳାହାଣ୍ଡିରେ ସଂଯୋଜକ ଭାବେ ପ୍ରଦୀପ କୁମାର ଦାଶ, କନ୍ଧମାଳରେ ଦେବେନ୍ଦ୍ର ସାମଲଙ୍କୁ ସଂଯୋଜକ ଏବଂ ସରୋଜ କର୍ଣ୍ଣାଙ୍କୁ ସହ ସଂଯୋଜକ, କେନ୍ଦ୍ରାପଡ଼ାରେ କାଳୀପ୍ରସାଦ ମିଶ୍ରଙ୍କୁ ସଂଯୋଜକ, ଏଚ୍ ପଣ୍ଡାଙ୍କୁ ସହ ସଂଯୋଜକ, କେନ୍ଦୁଝରରେ ପ୍ରଦୀପ ସାହୁଙ୍କୁ ସଂଯୋଜକ ଭାବେ ଦାୟିତ୍ୱ ଦିଆଯାଇଛି। ଖୋର୍ଦ୍ଧାରେ ଦିଲ୍ଲିପ ହୋତାଙ୍କୁ ସଂଯୋଜକ, କୋରାପୁଟରେ ସଂଯୋଜକ ଭାବେ ପ୍ରଫୁଲ ପାଙ୍ଗି, ମାଲକାନଗିରିରେ ମାନସ ମାଡ଼କାମିଙ୍କୁ ସଂଯୋଜକ, ମୟୂରଭଞ୍ଜରେ ଦେବାଶିଷ ମହାନ୍ତିଙ୍କୁ ସଂଯୋଜକ ଭାବେ, ନବରଙ୍ଗପୁରରେ ଶିବାନନ୍ଦ ବିଶୋଇଙ୍କୁ ସଂଯୋଜକ, ନୟାଗଡ଼ରେ ଗୁରୁପ୍ରସାଦ ଜେନାଙ୍କୁ ସଂଯୋଜକ, ନୂଆପଡ଼ାରେ ମନୋଜ ଡାଗଙ୍କୁୁ ସଂଯୋଜକ, ପୂରୀରେ ସୁବାଶିଷ ଖୁଣ୍ଟିଆଙ୍କୁ ସଂଯୋଜକ ଏବଂ ଭଗବାନ ପଢ଼ିହାରୀଙ୍କୁ ସହ ସଂଯୋଜକ, ରାୟଗଡ଼ାରେ ବିନାୟକ କରାଙ୍କୁ ସଂଯୋଜକ, ସମ୍ବଲପୁରରେ କବିତା ପୁରୋହିତଙ୍କୁ ସଂଯୋଜକ, ସୁବର୍ଣ୍ଣପୁରରେ ରଞ୍ଜିତ ରଥଙ୍କୁ ସଂଯୋଜକ, ରାଉରକେଲାରେ କୁନବିହାରୀ ଦାଶ ଏବଂ ସୁନ୍ଦରଗଡ଼ରେ ବୈକୁଣ୍ଠ ନାୟକଙ୍କୁ ସଂଯୋଜକ ଭାବେ ନିଯୁକ୍ତି ଦିଆଯାଇଛି।