ଓଡିଶା ଲୋକାୟୁକ୍ତ ଆଇନ ସମ୍ପର୍କିତ ସଚେତନତା

କେନ୍ଦୁଝର,ଏନ୍ଏନ୍ଏସ୍: କେନ୍ଦୁଝର ଠାରେ ଓଡ଼ିଆ ଲୋକାୟୁକ୍ତ ଓ ସଦସ୍ୟ-କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟ ନଗର ଭବନ ଠାରେ ଆୟୋଜିତ ସଚେତନତା କାର୍ୟ୍ୟକ୍ରମ ‘ଓଡିଶା ଲୋକାୟୁକ୍ତ ଆଇନ -୨୦୧୪’ ସମ୍ପର୍କିତ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଲୋକାଯୁକ୍ତ ଅଧ୍ୟକ୍ଷ ଜଷ୍ଟିସ ଅଜିତ ସିଂ ଯୋଗ ଦେଇଛନ୍ତି । ଏହି କର୍ମଶାଳାରେ ଲୋକାଯୁକ୍ତ ସଦସ୍ୟ ଜଷ୍ଟିସ ବି କେ ନାୟକ, ଦେବଦତ୍ତ ସ୍ୱାଇଁ, ରାଜେନ୍ଦ୍ର ପ୍ରସାଦ ଶର୍ମା, ଓଡିଶା ଲୋକାଯୁକ୍ତ ସଚିବ ମାନସ ରଞ୍ଜନ ତ୍ରିପାଠୀ ଯୋଗଦେଇଛନ୍ତି ।

ଏମାନଙ୍କ ବ୍ୟତୀତ ଅନ୍ୟତମ ଅତିଥିଭାବେ କେନ୍ଦୁଝର ଜିଲ୍ଲାପାଳ,ଏସପି ମିତ୍ରଭାନୁ ମହାପାତ୍ର ଯୋଗଦେଇଥିଲେ । କେନ୍ଦୁଝର ଜିଲ୍ଲା ଦୌରାଯଜ ବେଣୁଧର ପାତ୍ର କାର୍ୟ୍ୟକ୍ରମର ଅଧକ୍ଷତା କରିଥିଲେ । ସଚେତନତା କାର୍ୟ୍ୟକ୍ରମରେ ଜିଲ୍ଲା ଜଜ କୋର୍ଟର ସମସ୍ତ ଜଜ, ଆଇନ ସେବା ପ୍ରାଧିକାରଣର ସଚିବ, ଅଧିକାରୀ,ଆଇନଜୀବୀ, ସାମ୍ବାଦିକ ଓ ବିଭିନ୍ନ ଵର୍ଗର ବ୍ୟକ୍ତି ବିଶେଷ ଯୋଗଦେଇଛନ୍ତି।